ଟ୍ରକ-କାର ଧକ୍କା; ୫ ଆହତ
ପାଣିକୋଇଲି : ମଙ୍ଗଳବାର ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥର ମକୁନ୍ଦବିନ୍ଧା ଗ୍ରାମ ନିକଟରେ ଏକ କାର ଟ୍ରକ ପଛରେ ଧକ୍କା ହେବାରୁ ୫ଜଣ ଆହତ ହୋଇଛନ୍ତି । ଡବ୍ଲୁ୍ୟବି୩୨କିୟୁ-୧୧୧୮ ନଂ ବିଶିଷ୍ଟ କାର କୋଲକତାରୁ ରୋଗୀ ଧରି ଭୁବନେଶ୍ୱର ସମ ହସପିଟାଲକୁ ଯାଉଥିବା ସମୟରେ ଭାରସ୍ୟାମ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୫ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଁଚି ଗାଡିଟିକୁ ଜବତ କରିବା ସହ ଆହତଙ୍କୁ ଚିକିସôାପାଇଁ ପଠାଇଥିଲା ।