ରେମୁଣା ତହସିଲଦାର ନିଲମ୍ବିତ

ବାଲେଶ୍ୱର: ଆୟ ବହିର୍ଭୂତ  ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ  ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି ।  ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ  ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା  ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ  ପକ୍ଷରୁ ଗତ ୧୩ ତାରିଖରେ ଏ ସମ୍ପର୍କିତ  କେସ୍‌ ଦାୟର୍‌ ହୋଇଥିଲା । ଏହି ମାମଲା ମୂଳେ ସେ ଗିରଫ ହୋଇ ଜେଲ୍‌ ଯାଇଥିଲେ ।   
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି  ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ  ପକ୍ଷରୁ ଗତ ୧୧ ତାରିଖରେ ଶ୍ରୀ ପତିଙ୍କ  ରେମୁଣା ତହସିଲ କାର୍ୟ୍ୟାଳୟ ସମେତ ୭ଟି  ଜାଗାରେ ଚଢ଼ଉ କରାଯାଇଥିଲା । ଚଢ଼ଉ  ବେଳେ ଶ୍ରୀ ପତି ଚାକିରି କାଳ ଭିତରେ  ନିଜ ରୋଜଗାରଠାରୁ ୨୦୪ ପ୍ରତିଶତ ସମ୍ପତ୍ତି  ଠୁଳ କରିଥିବା ପ୍ରମାଣ ମିଳିଥିଲା । ସେଥିରେ  ଅଢ଼େଇ କୋଟିରୁ ଅଧିକ ଟଙ୍କାର ତିନୋଟି  ଦାମୀ ଫ୍ଲାଟ, ୯୩୭ ଗ୍ରାମ ସୁନା ଅଳଙ୍କାର,  ୧ କୋଟି ୧୨ ଲକ୍ଷ ଟଙ୍କାର ଜମା ରାଶି, ନିଜ  ନାମ ସହ ସମ୍ପର୍କୀୟଙ୍କ ନାମରେ ପୋଷ୍ଟାଲ  ଏବଂ ବ୍ୟାଙ୍କ୍‌ରେ ଦେଢ଼ କୋଟି ଟଙ୍କା ଜମା  ଥିବା ପ୍ରମାଣ ମିଳିଥିଲା ।