ଗ୍ୟାସ୍ ଲିକ ଯୋଗୁଁ ଜଳିଗଲା ୩ଟି ଦୋକାନ
ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ । ଗାଁର ମୁଖ୍ୟ ବଜାର ଛକରେ ଥିବା ୩ଟି ଦୋକାନ ପୋଡ଼ି ପାଉଁସ ହୋଇଯାଇଛି । ପ୍ରଥମେ ଏକ ଜଳଖିଆ ଦୋକାନରେ ନିଆଁ ଲାଗିବା ପରେ ଏହା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ଗ୍ୟାସ ଲିକ୍ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡରେ ଜଳଖିଆ ଦୋକାନ ସମେତ ଅନ୍ୟ ତିନୋଟି ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି।