ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ଓଏସ୍ଆରଟିସି ବସ୍ : ସଡ଼କ ଦୁର୍ଘଟଣା
ସୁନ୍ଦରଗଡ଼ ବଣାଇରେ ସଡ଼କ ଦୁର୍ଘଟଣା। ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ଓଏସ୍ଆରଟିସି ବସ୍। ଓଏସ୍ଆରଟିସି ଜଗନ୍ନାଥ ବସ୍ ରାସ୍ତା ତଳକୁ ଓଲଟି ପଡ଼ିବାରୁ ୧୨ ଜଣ ଆହତ ହୋଇଛନ୍ତି। ଲହୁଣୀପଡା ରାଜ୍ୟ ରାଜପଥ ମୁଚୁରନାଳୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ସୁନ୍ଦରଗଡରୁ ପୁରୀକୁ ଯାଉଥିବା ବେଳେ ୩୩ କେଭି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାକୁ ଦୁର୍ଘଟଣା ଘଟିଛି। ୧୨ ଜଣ ଆହତ ହୋଇଥିବା ବେଳେ ଅନ୍ୟ ୫୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।