ଜମିରେ ନିଆଁ ଲାଗି ଜଳିଗଲା ଶହ ଶହ ହେକ୍ଟର ଚାଷ ଜମି

ଜମିରେ  ନିଆଁ ଲାଗି ଜଳିଗଲା  ଶହ ଶହ ହେକ୍ଟର ଚାଷ ଜମି

ବୌଦ୍ଧରେ ଜମି ନିଆଁ ବ୍ୟାପିଲା । ଶହ ଶହ ହେକ୍ଟର ଚାଷ ଜମି ହୁ ହୁ ହୋଇ ଜଳିଲା। ଗୋଟିଏ ପଟେ ଜଙ୍ଗଲ ନିଆଁ ତାପମାତ୍ରା ବଢ଼ାଇଥିବା ବେଳେ ଏବେ ଜମି ନିଆଁ ତାପମାତ୍ରାକୁ ଦ୍ବିଗୁଣିତ କରିଛି । ଗତକାଲି ବିଳମ୍ବିତ ରାତିରେ ପୁରୁଣାକଟକ ନିକଟରେ ଥିବା ଗୋଟିଏ ଜମିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିଲା । ଆଉ ଏହି ନିଆଁ ଧିରେ ଧିରେ ପାଖ ଜମିକୁ ବ୍ୟାପି ଥିଲା । ଶେଷରେ ଏମିତି ହୋଇଥିଲା ଅଞ୍ଚଳର ଥିବା ସମସ୍ତ ଜମି ସହ ଗାଁ ଓ ରାଜରାସ୍ତା ନିକଟକୁ ବ୍ୟାପି ଥିଲା ନିଆଁ । ଜଳିଗଲା ଶହ ଶହ ହେକ୍ଟର ଚାଷ ଜମି ।  କିଛିଦିନ ହେଲା ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଡେଇଁ ଥିବା ବେଳେ ଦେଶର ଉତ୍ତପ୍ତ ଜିଲ୍ଲା ପାଲଟିଛି ବୌଦ୍ଧ । ଯାହା ସାରା ଦେଶରେ ରେକର୍ଡ କରିଛି । ଏଭଳି ସ୍ଥିତିରେ ବିଲରେ ନିଆଁ ଲାଗିବା ଦ୍ବାରା ପ୍ରଶାସନର ଚିନ୍ତା ବଢାଇଛି । ନିଆଁକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଛି ।