ନବ ଦାସ ହତ୍ୟା ଘଟଣା ; ପୁଣି ତଦନ୍ତ ସବୁ ଦିଗକୁ ନେଇ କ୍ରାଇମ୍ବ୍ରାଞ୍ଚର ଜେରା

ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଆଜି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି କ୍ରାଇମ୍ବ୍ରାଞ୍ଚ ଟିମ୍ ପଚରାଉଚୁରା କରୁଛି । ହତ୍ୟାକାଣ୍ଡ ଦିନ ନବଦାସଙ୍କୁ କେମିତି ଚିକିତ୍ସା ପ୍ରଦାନ କରାଯାଇଥିଲା, କେଉଁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ, ତାଙ୍କୁ କେମିତି ଏୟାରଲିଫ୍ଟ କରାଗଲା, ନବ ଦାସଙ୍କ ସହ କିଏ କିଏ ଥିଲେ, ଏୟାରଲିଫ୍ଟ ପ୍ରକ୍ରିୟାରେ କିଏ କିଏ ସାମିଲ ହୋଇଥିଲେ, ହତ୍ୟାକାଣ୍ଡ ଦିନ କ'ଣ କ'ଣ ଘଟିଥିଲା ଏହି ସବୁ ଦିଗକୁ ନେଇ ଜେରା କରୁଛି କ୍ରାଇମ୍ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରାଯାଇଥିଲା । କ୍ରାଇମ୍ବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀଙ୍କ ସମେତ ଜଣେ ମହିଳା ଅଧିକାରୀ ଗତକାଲି ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଛନ୍ତି । ଆଜି ବି ନବ ଦାସଙ୍କ ଘରେ ପହଞ୍ଚି ପଚରା ଉଚୁରା କରୁଛି ତଦନ୍ତକାରୀ ସଂସ୍ଥା ।