ବାତ୍ୟା ମୁକାବିଲା : ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୋହନ
Mohan Charan Majhi

ଭୁବନେଶ୍ୱର : ବାତ୍ୟାର ମୁକାବିଲା ଓ ପ୍ରଶାସନିକ ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀମାନେ ନିର୍ଦ୍ଦିଷ୍ଟ ଜିଲ୍ଲା ଯାଇ ଉଦ୍ଧାର, ରିଲିଫ ଓ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ଆଦିର ଅନୁଧ୍ୟାନ କରିବେ । ଜଗତସିଂହପୁର ଦାୟିତ୍ୱରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବାଲେଶ୍ୱର ଦାୟିତ୍ୱରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ, ଭଦ୍ରକ ଦାୟିତ୍ୱରେ କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ରହିଛନ୍ତି । ସେହିପରି ମୟୂରଭଞ୍ଜ ଦାୟିତ୍ୱ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଥିବାବେଳେ ପୁରୀ ଦାୟିତ୍ୱରେ ରହିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କେନ୍ଦ୍ରାପଡ଼ାରେ ଅନୁଧ୍ୟାନ କରିବାକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଦାୟିତ୍ୱ ଦିଆଯାଇଛି ।
ଅପରପକ୍ଷରେ ଗଞ୍ଜାମ ଦାୟିତ୍ୱରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କେନ୍ଦୁଝର ଦାୟିତ୍ୱରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ କଟକ ଦାୟିତ୍ୱରେ ଆଇନ୍ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରହିଛନ୍ତି ।