ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର
ଭୁବନେଶ୍ୱର : ଜଟଣୀ ନିର୍ବାଚନ ମଣ୍ଡଳୀ ମଦନପୁର ଗ୍ରାମପଞ୍ଚାୟତ ଅଧୀନ କାଇମାଟିଆ ଗ୍ରାମରେ ରାତ୍ର ଦୁଇ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟି ୪-ବଖରା ଚାଳଘର ସମ୍ପୂର୍ଣ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ପରିବାର ସଦସ୍ୟ କହିଛନ୍ତି । ଅଗ୍ନିକାଣ୍ଡରେ ଦୀନବନ୍ଧୁ ଭୋଇ, ବାସନ୍ତୀ ଭୋଇ, ନାରଣ ଭୋଇ ଇତ୍ୟାଦିଙ୍କ ଅଗ୍ନିକାଣ୍ଡ ରେ ସମସ୍ତ ଆସବାବପାତ୍ର, ପିଲାମାନଙ୍କ ବହିବାସ୍ତାନୀ, ବାସନକୂଶନ, ଲୁଗାପଟା ସବୁ ପୋଡି ପାଉଁଶ ହୋଇଯାଇଛି । ଆଶ୍ରୟ ହୀନ ହୋଇଯାଇଛନ୍ତି ସମସ୍ତ ପରିବାର ସଦସ୍ୟ । ଘଟଣାର ଖବର ପାଇଁ ଘଟଣାସ୍ଥଳ ରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ପଞ୍ଚାୟତ ସମିତି ସଭ୍ୟ ଅଜିତ ସାମନ୍ତରାୟ ପହଁଞ୍ଚି ପରିବାର ସଦସ୍ୟ ମାଂନଙ୍କୁ ଭେଟି ସ୍ୱାନ୍ତନାଁ ଦେବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ଏବଂ ସରକାରୀ ସ୍ତରରେ ଅତି ଶୀଘ୍ର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।