ଶ୍ରମିକ ନିଖୋଜ ମୃତୁ୍ୟ ସନେ୍ଦହ

 ନୀଳଗିରି : ବେଆଇନ ଇଟାଭାଟିରେ କାମ କରୁଥିବା ଜୈନିକ ନାବାଳିକା ଶ୍ରମିକକୁ ଉକ୍ତ ଭାଟିର ଏକ ଟ୍ରାକ୍ଟର ଧକ୍କା ଦେଇ ମୃତ୍ୟୁ ହୋଇଥିବା ଚର୍ଚ୍ଚା ଜୋରଧରିଛି । ଘଟଣା ପରଠାରୁ ଉକ୍ତ ନାବାଳିକାର କୌଣସି ସନ୍ଧାନ ମିଳିନଥିବା ଖବର ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ସନ୍ତରାଗଡ଼ିଆ ଅଞ୍ଚଳରେ ବହୁ ବେଆଇନ ଇଟାଭାଟି ଚାଲିଥିବା ବେଳେ ପୂଜା ବ୍ରିକ୍ସ ନାମକ ଇଟାଭାଟିରେ ଗତ ୫ତାରିଖ ଅପରାହ୍ନ ପ୍ରାୟ ୩ ଘଟିକାରୁ ୪ଘଟିକା ମଧ୍ୟରେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଜଣେ ନାବାଳିକା ଶ୍ରମିକଭାବେ କାମ କରୁଥିବା ସମୟରେ ଏକ ଟ୍ରାକ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଘଟଣା ସ୍ଥଳରେ ଝିଅଟିର ଜୀବନ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ନିଜ ନାମ ଗୋପନରଖି ସୂଚନା ଦେଇଥିବା ବେଳେ ସମ୍ପୃକ୍ତ ଇଟାଭାଟି ମାଲିକଙ୍କ ଭଣଜା ଝିଅଟିକୁ ବାଲେଶ୍ୱର ହସ୍ପିଟାଲରେ ଚିକିସôାକରାଇ ଘରକୁ ପଠାଇ ଦେଇଥିବା କହି ଘଟଣାକୁ ଚପାଇଦେବାକୁ ହୀନ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପାଖରେ ସନ୍ତରାଗଡିଆ, ଈଶ୍ୱରପୁର ଓ ନୀଳଗିରି ହସ୍ପିଟାଲ୍ ଥିବାବେଳେ ପ୍ରାଥମିକ ଚିକିସôାନକରି କାହିଁକି ବାଲେଶ୍ୱର ନିଆଯାଇଥିଲା ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାକୁ ଚପାଇଦେବାକୁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଶୁଣିବାକୁ ମିଳିଛି । ତେବେ ପ୍ରକୃତରେ ନାବାଳିକା ଶ୍ରମିକଜଣକ ଜୀବିତ ନା ମୃତ ତାହା ତଦନ୍ତ କରି ଲୋକଲୋଚନକୁ ଆସିବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି  ।