ରାଜଧାନୀରେ ଜାଳିଦେଲେ ବାଇକ

ରାଜଧାନୀରେ ଅପରାଧ ଉପରମୁହାଁ । ଭୁବନେଶ୍ବର ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇଛନ୍ତି । ବିଳମ୍ବିତ ରାତିରେ ଏକ ଡ୍ରେସ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ପେଟ୍ରୋଲ ପକାଇ ଦୋକାନ ସାମ୍ନାରେ ଥିବା ଗୋଟିଏ ବାଇକ୍ ଜାଳିଦେଇଛନ୍ତି । ସିସିଟିଭିରେ କଏଦ୍ ହୋଇଛି ଭିଜୁଆଲ । ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଛାନଭିନ୍ କରୁଛି । ପୁଲିସ ଜଣଙ୍କୁ ଅଟକ ରଖିଛି ।