ବଙ୍ଗୋପସାଗରରେ ୨ ମାଛଧରା ଟ୍ରଲର ବୁଡ଼ିଲା

 ବଙ୍ଗୋପସାଗର ଉତ୍ତାଳ ଥିବାରୁ ଇଲିସି ଧରିବାକୁ ଯାଇଥିବା ଦୀଘା ସମୁଦ୍ରଠାରୁ ୧୦୦ ମାଇଲ ଦୂର ଜମ୍ବୁ ଦୀପ ନିକଟରେ ୨ଟି ବଙ୍ଗୀୟ ମାଛ ଧରା ଟ୍ରଲର ଶନିବାର ଦୁର୍ଘଟଣାଗସ୍ତ ହୋଇଥିଲା। ସମୁଦ୍ର ଗର୍ଭରେ ଟ୍ରଲର ୨ଟି ବୁଡିଯାଉ ଥିବା ସୂଚନା ପାଇ ମଝି ସମୁଦ୍ରରୁ ଅନ୍ୟ ଏକ ଟ୍ରଲର ୨ ଟ୍ରଲରରୁ ୨୯ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିବା ସହିତ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ସମସ୍ତ ବଙ୍ଗୀୟ ମତ୍ସ୍ୟଜୀବୀ ସୁସ୍ଥ ଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଜମ୍ବୁଦୀପ ନିକଟରେ FB ସାକିଲା ଓ FB ମା’ ଦୁର୍ଗା ନାମକ ଦୁଇଟି ଟ୍ରଲର ଇଲିସି ମାଛ ସନ୍ଧାନରେ ଯାଇଥିଲେ। ହେଲେ ମାଛ ମାରି ମଝି ସମୁଦ୍ରରୁ କୂଳକୁ ଫେରୁଥିବା ବେଳେ ସମୁଦ୍ର ଉତ୍ତାଳ ଥିବାରୁ ଦୁଇଟି ଯାକ ଓଲଟି ଯାଇଛି। ଏହା ଦ୍ୱାରା ଦୁଇଟି ଟ୍ରଲରେ ଥିବା ଟ୍ରଲର ୨୯ ଜଣ ମତ୍ସ୍ୟ ଜୀବି ବୁଡ଼ି ଯାଇଥିଲା। ଖବର ପାଇ ଅନ୍ୟ ଏକ ଟ୍ରଲର ଯାଇ ସମସ୍ତଙ୍କୁ ଉଦ୍ଧାର କରାଇଛନ୍ତି। ଗତ ଶୁକ୍ରବାର ପଶ୍ଚିମବଙ୍ଗର ନାମଖାନାର ଖେୟାଘାଟରୁ ଇଲସା ମାଛ ଧରିବା ପାଇଁ ସେମାନେ ଟ୍ରଲର ବାହାରିଥିଲେ କାଲି ଫେରୁଥିବା ସମୟରେ ହଠାତ୍‌ ଏଭଳି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ।