ନିଆଁ ଲାଗି ଜଳିଗଲା ବାଇକ

 ନାଉଗାଁ : ନାଉଗାଁ ଥାନା ଅଞ୍ଚଳର କଣ୍ଟୁଣିଆ ଦଣ୍ଡାସାହିରେ ଆଜି ଭୋର ସମୟରେ ବାଇକରେ ଅଗ୍ନିକାଣ୍ଡ ଘଟି ବାଇକଟି ସମ୍ପୂର୍ଣ ପୋଡିଯାଇଛି । ନାଉଗାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୂଚନା ମୁତାବକ ଆଜି ଭୋର ସମୟରେ ଜାମୁଗାଁ ପଞ୍ଚାୟତ ଦଣ୍ଡାସାହି ଅଞ୍ଚଳର ମୁରଲୀ ଧର ବେହରାଙ୍କ ପୁଅ ଗଣେଶ ଚନ୍ଦ୍ର ବେହେରାଙ୍କ ଥିବା ନୂତନ ହିରୋ ଏକ୍ସଟ୍ରିମ ବାଇକରେ କୌଣସି କାରଣ ବଶତ ଅଗ୍ନିକାଣ୍ଡ ଘଟିଥିଲା । ଏହାକୁ ଦେଖି ପରିବାର ଲୋକେ ନିଆଁକୁ ଲିଭାଇବାକୁ ଚେଷ୍ଟା କରି ନାଉଗାଁ ଅଗ୍ନିଶମ ବାହିନିକୁ ସୂଚନା ଦେଇଥିଲେ । ନାଉଗାଁ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାଇକଟି ୮୦ ପ୍ରତିଶତ ପୋଡି ପାଉଁଶ ହୋଇଯାଇ ଥିଲା ।