ଭିତରକନିକାରେ ପର୍ଯ୍ୟଟନ ସଚିବ
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ (ଆଇଏଏସ) ଭିତରକନିକା ଜାତୀୟ ଉଦ୍ୟାନରେ ପହଞ୍ଚିଛନ୍ତି । ଶ୍ରୀ ସିଂ ତିନି ଦିନ ଧରି ଖୋଳା, ଗୁପ୍ତି, ଜୟନଗରଘାଟ, କସ୍ତୁରୀକୋଣ ଘାଟ, ଧାମରା, ତାଳଚୁଆ ଆଦି ପରିଦର୍ଶନ କରିଥିଲେ । ଏହା ସହିତ ଭିତରକନିକାକୁ କିପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେ ନେଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ, ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ ଓ ଅନ୍ୟ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି ।