ଫିଟ୍‌ନେସ୍‌ ଟେଷ୍ଟରେ ପାସ୍ ହେଲେ ଭାରତୀୟ ଅଧିନାୟକ: ଅଷ୍ଟ୍ରେଲିଆରେ ରୋହିତଙ୍କ ବ୍ୟାଟ୍‌

ଫିଟ୍‌ନେସ୍‌ ଟେଷ୍ଟରେ ପାସ୍ ହେଲେ ଭାରତୀୟ ଅଧିନାୟକ:  ଅଷ୍ଟ୍ରେଲିଆରେ ରୋହିତଙ୍କ ବ୍ୟାଟ୍‌

ଅଷ୍ଟ୍ରେଲିଆରେ ଚାଲିବ ରୋହିତଙ୍କ ବ୍ୟାଟ୍‌ । ଫିଟ୍‌ ହେଲେ ଭାରତୀୟ ଅଧିନାୟକ । ରବିବାର ଦିନ ବେଙ୍ଗାଲୁରୁରେ ଫିଟ୍‌ନେସ୍‌ ପରୀକ୍ଷାରେ ପାସ୍‌ କରିଛନ୍ତି ରୋହିତ । ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ସେ ପ୍ରସ୍ତୁତ ବୋଲି ଜଣାପଡ଼ିଛି । ଆଇପିଏଲ ସିଜିନ୍‌ ପରଠାରୁ ରୋହିତ କ୍ରିକେଟ ଖେଳି ନାହାନ୍ତି । ଆଇପିଏଲ୍‌ ଅଧାରୁ ସେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଇଂଲଣ୍ଡ ଗସ୍ତ ପାଇଁ ଚୟନ ବୈଠକର ମାତ୍ର ଦୁଇ ସପ୍ତାହ ପୂର୍ବରୁ ସେ ଅବସର ନେଇ ଚମକାଇ ଦେଇଥିଲେ । ଖବର ଅନୁସାରେ, ରୋହିତ ବାଧ୍ୟତାମୂଳକ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ରୋହିତଙ୍କ ସମେତ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍‌, ଯଶପ୍ରୀତ ବୁମରାହ, ଜିତେଶ ଶର୍ମା ମଧ୍ୟ ଫିଟ୍‌ନେସ୍ ଟେଷ୍ଟରେ ପାସ୍ କରିଛନ୍ତି ।