ସରିଲା ଡିଫା କପ୍ ଫୁଟ୍ବଲ୍
ଭୁବନେଶ୍ୱର : ଧର୍ମଶାଳା ଫୁଟବଲ ଆସୋସିଏସନ ଆୟୋଜନରେ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ୨୭ତମ ରାଜ୍ୟସ୍ତରୀୟ ଡିଫା କପ୍ ଫୁଟ୍ବଲ୍ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ରେ ମିଶନ ଟାଇଗର ବାଲେଶ୍ୱରକୁ ୧/୪ ଗୋଲରେ ପରାସ୍ତ କରି ୟଙ୍ଗ ଉକ୍ରଳ କ୍ଲବ କଟକ ଚାମ୍ପିଅନ ହୋଇଛି । ମ୍ୟାଚ୍ର ପ୍ରଥମାର୍ଦ୍ଧରେ କଟକ ଟିମ୍ ତରଫରୁ ଗୋଟିଏ ଓ ବାଲେଶ୍ୱର ଟିମ ତରଫରୁ ଗୋଟିଏ ଗୋଲ ହୋଇଥିଲା । ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ କଟକ ଟିମ ୩ଟି ଗୋଲ ଦେଇଥିଲା । ଫଳରେ ୟଙ୍ଗ ଉକ୍ରଳ କ୍ଲବ କଟକ ୪/୧ ଗୋଲରେ ବିଜୟୀ ହୋଇଥିଲା । କଟକ ଟିମ୍ର ଦୀନବନ୍ଧୁ ଦାସଙ୍କୁ ମ୍ୟାନଅଫ୍ ଦି ମ୍ୟାଚ୍, ବବୁଲ ଦାସଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଓ ବାଲେଶ୍ୱର ଟିମର ସଞ୍ଜୟ ମରାଣ୍ଡିଙ୍କୁ ବେଷ୍ଟ ଗୋଲ୍କିପର ଭାବେ ପୁରସ୍କୃତ କରାଯାଇଥିଲା । ଡିଫା କ୍ଲବର ସଭାପତି ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଚହଟା ସରପଂଚ ସୁମିତ୍ରା ସ୍ୱାଇଁ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଶୀନାଥ ଜେନା ଓ ଅବସରପ୍ରାପ୍ତ ଶିକ୍ଷକ ମହମ୍ମଦ ଅଜିଜୁଲା ଯୋଗ ଦେଇଥିଲେ । ଡିଫା କ୍ଲବର ସମ୍ପାଦକ ପ୍ରବୋଧ କୁମାର ପାତ୍ର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଭରତ ପରିଡା ଧନ୍ୟବାଦ ଦେଇଥିଲେ ।