ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ବିଜୟୀ

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ବିଜୟୀ

ଦୁବାଇ : ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି ଟିମ୍‌ ଇଣ୍ଡିଆ । ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି ଭାରତ  । ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା  ନ୍ୟୁଜିଲାଣ୍ଡ  । ଜବାବରେ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରିଥିଲା ।

ଏହା ପୂର୍ବରୁ ଭାରତ ୨୦୦୨ ଓ ୨୦୧୩ରେ ଚାମ୍ପିୟନ ହୋଇଥିଲା । ଏଥର ଚାମ୍ପିୟନ ହୋଇ ତୃତୀୟ ଥର ଟାଇଟଲ ହାସଲ କରି ରେକର୍ଡ କରିଛି ଭାରତ  ।  ଅନ୍ୟପକ୍ଷରେ ୨୦୦୦ରେ ଚାମ୍ପିୟନ ନ୍ୟୁଜିଲାଣ୍ଡ ୨୦୦୯ ଭଳି ଏଥର ମଧ୍ୟ ରନରଅପ୍‌ରେ ସନ୍ତୁଷ୍ଟ ହୋଇଛି । ଭାରତ ୨୦୦୦ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ଏଥର ସମାନ ପ୍ରତିଦ୍ୱନ୍ଦ୍ୱୀକୁ ହରାଇ ସେହି ପରାଜୟର ପ୍ରତିଶୋଧ ନେଇଛି ଭାରତ  ।