ମହିଳାଙ୍କ ଆତ୍ମହତ୍ୟା ସ୍ୱାମୀ ଅଟକ 

ବ୍ୟାସନଗର : ପୈାରାଞ୍ଚଳ କୋର୍ଟ ପଛ ତାରିଣୀ ସାହିରେ ରହୁଥିବା ଜନୈକା ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଯାଜପୁର ରୋଡ଼ ପୁଲିସ ସ୍ୱାମୀକୁ ଅଟକ ରଖିଛି । ସୂଚନା ଅନୁଯାୟୀ ଦିର୍ଘ ଦିନ ହେବ ଯାଜପୁର ରୋଡ ଥାନା କୋର୍ଟ ପଛ ତାରିଣୀ ସାହିରେ କିସାନ ଦାସ ଓ ତାଙ୍କ ପନôୀ ଲକ୍ଷ୍ମୀ  ରହି ଆସୁଥିଲେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ଗଣ୍ଡଗୋଳ ଘଟିଥିଲା । ଯାହା ପରେ ଘର ଭିତରେ ଲକ୍ଷ୍ମୀ ବେକରେ ରଶି ଦେଇଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ଏଥିସହିତ ସ୍ୱାମୀ କିସାନକୁ ଅଟକ ରଖି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।