ଅତି ଉପକାରୀ ମନ୍ଦାର ଫୁଲ

ମନ୍ଦାର ଫୁଲ: ମନ୍ଦାର ଫୁଲ ଅତି ଉପକାରୀ । କେଶର ବିଭିନ୍ନ ସମସ୍ୟା, ଯେମିତିକି କେଶ ଝଡ଼ିବା, କେଶ ପତଳା ହେବା ଆଦି ସମସ୍ୟା ଦୂର କରିଥାଏ ମନ୍ଦାର ଫୁଲ । ନଡ଼ିଆ ତେଲରେ ଏହାକୁ ପକାଇ ଫୁଟାଇ କେଶରେ ଲଗାଇଲେ ସୁଫଳ ମିଳିଥାଏ । ଏହି ଫୁଲରେ ଚା’ ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ୍, ଅଜୀର୍ଣ୍ଣ, କିଡ୍ନି ରୋଗ ଓ କ୍ୟାନ୍ସର୍ ପ୍ରଭୃତି ରୋଗ ପାଇଁ ଉପକାରୀ । ନିମ୍ନ ରକ୍ତଚାପ ଓ କୋଲେଷ୍ଟେରଲ୍କୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଥାଏ ।
ଗେଣ୍ଡୁ ଫୁଲ: ଗେଣ୍ଡୁରେ ରହିଛି ଭିଟାମିନ୍-ସି । ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ଏହାକୁ ବ୍ୟବହାର କରାଯାଇପାରିବ । ଏଥିରେ ଚା ମଧ୍ୟ ପ୍ରସ୍ତୁତ କରାଯାଏ । ଅଲ୍ସର, ଥଣ୍ଡା, ଜ୍ୱର ଓ କାଶ ସମୟରେ ଏହି ଚା’କୁ ପିଇବା ଶରୀରର ପାଇଁ ଖୁବ ଉପକାରୀ । ଏଥିରେ ଥିବା ଟ୍ରାଇଟରପିନ୍ସ, ଫ୍ଲାଭୋନୋଏଡ୍, ପଲିଫେନୋଲ୍ସ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ । ଏଥିରୁ ପ୍ରସ୍ତୁତ ଚା’ରେ କୁଳି ଓ ଗାର୍ଗଲିଂ କଲେ ତଣ୍ଟିଦରଜ ତଥା ପାଟି ଘା’ ଉପଶମ ହୁଏ । ଗେଣ୍ଡୁ ଫୁଲରୁ ମିଳୁଥିବା ଲାଇକୋପେନ୍ ନାମକ ପଦାର୍ଥ ପ୍ରୋଷ୍ଟେଟ୍ କ୍ୟାନ୍ସରର ଆଶଙ୍କା କମାଇଥାଏ ।