ବିପଦ ସଂକୁଳ ଅବସ୍ଥାରେ ନଦୀବନ୍ଧ, ନିଦ୍ରାରେ ବନ ବିଭାଗ

ଗୋପରୁ ବରେନ୍ ସେନାପତି : ରାଜ୍ୟ ସରକାର ରାଜ୍ୟବାସୀ ଙ୍କୁ ବନ୍ୟଜଳରୁ  ସୁରକ୍ଷା ପ୍ରଦାନ କରିବା ପାଇଁ ନଦୀବନ୍ଧ କୁ ମରାମତି କରିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଗୋପ କୁଶଭଦ୍ରା ନଦୀବନ୍ଧ  ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରଦା ସତ୍ତ୍ୱେ ଆଜି ବି ବିପଦ ସଂକୁଳବସ୍ଥାରେ ପଡିଛି । ଏଥିପାଇଁ ଗୋପରେ ଥିବା ଜଳସମ୍ପଦ ବିଭାଗ ପକ୍ଷରୁ ଠିକାଦାରଙ୍କୁ ସୁହାଇଲା ଭଳି କାର୍ଯ୍ୟକୁ ତଦାରଖ କରିବା  ହେତୁ ଆଜି ବି ନଦୀବନ୍ଧରେ ୨୫ ପୁଟରୁ ଅଧିକ ଲମ୍ବାର ଏକ ଘାଇ ରହିଛି । ବିଗତ ୨ ବର୍ଷ ମଧ୍ୟରେ ଉକ୍ତ କାର୍ଯ୍ୟକୁ  ବାରମ୍ବାର ନିର୍ଦ୍ଧିଷ୍ଟ ଠିକାଦାରଙ୍କ ଦ୍ୱାରା କରାଯିବା ସତ୍ତ୍ୱେ ସମ୍ପୂର୍ଣ୍ଣ ହେବା ପରିବର୍ତ୍ତେ ବନ୍ଧରେ ସୃଷ୍ଟି ହୋଇଥିବା ଘାଇଟି କ୍ରମଶଃ ଦୃବଳ ହେଉଛି ସତ କିନ୍ତୁ କାର୍ଯ୍ୟ ସରୁନି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନଦୀ କୁଳିଆ ଲୋକଙ୍କୁ  ଏବେ ବିପଦ ମୁହଁକୁ ଠେଲି ଦେଉଛନ୍ତି । କୁଶଭଦ୍ରା ନଦୀ ବନ୍ଧର ବାମ ଓ ଦକ୍ଷିଣ ପାର୍ଶ୍ୱ ବନ୍ଧର ୭୫ ପ୍ରତିଶତ ଭାଗ ଦୁର୍ବଳ ଅବସ୍ଥାରେ ରହିଛି । ଏପରିକି ଗତ ବର୍ଷ ବନ୍ୟା ସମୟରେ ଷୋଳପୁରଠାରୁ ତିନିମୁହାଣି ନଦୀବନ୍ଧ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି  । ତିନିମୁହାଣି ନିକଟରୁ ଷୋଳପୁର ପର୍ଯ୍ୟନ୍ତ ନଦୀବନ୍ଧର ୫୦୦ମିଟର ସମ୍ପୂର୍ଣ ଭାବେ ଭୁଶୁଡି ଯାଇ ନଦୀ ଗର୍ଭରେ ଲୀନ ହୋଇଯାଇଛି । ବାରମ୍ବାର ମରାମତି ଆଳ ଦେଖାଇ ଜଳସମ୍ପଦ ବିଭାଗ ଲକ୍ଷାଧିକ ଟଙ୍କା ଠିକାଦାରଙ୍କ କାର୍ଯ୍ୟର ବିଲ କରୁଛି । ମାତ୍ର ନଦୀବନ୍ଧ ଯେଉଁ ଅବସ୍ଥାକୁ ସେହି ଅବସ୍ଥା । ପାଣି ପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ । ମାତ୍ର ଜଳସମ୍ପଦ ବିଭାଗର ଅଧିକାରୀମାନେ ନିଘୋଡ ନିଦ୍ରାରେ ଶୋଇଛନ୍ତି । ଏହି ସ୍ଥାନ ଅଦ୍ୟାବଧି ବିପଦସଙ୍କୁଳ ଅବସ୍ଥାରେ ରହିଛି ଯାହାଫଳରେ କୀ ନଦୀ କୁଳିଆ ଲୋକ ଭୟଭୀତ ହୋଇ ରହୁଛନ୍ତି । ଏ ନେଇ ସ୍ଥାନୀୟ ଜନପ୍ରତିନିଧ୍ କିମ୍ବା ବିଭାଗୀୟ କର୍ମ·ରୀ କେହି ବି ତତ୍ପରତା  ଅବଲମ୍ବନ କରୁନାହାନ୍ତି । ଗତବର୍ଷ ଏହି ସ୍ଥାନରୁ ଏକ କିଲୋମିଟର ଦୂରରେ ନଦୀବନ୍ଧ ଭାଙ୍ଗି ଯାଇ ଗୋପ ବ୍ଲକର ୭ଟି ପଞ୍ଚାୟତ ଓ ନିମାପଡା ବ୍ଲକର ୯ଟି ପଞ୍ଚାୟତ ବନ୍ୟାପ୍ଲାବିତ ହୋଇଥିଲେ । କିନ୍ତୁ ଏଥିରୁ ବିଭାଗ କୌଣସି ଶିକ୍ଷା ଲାଭ କଲା ନାହିଁ । ବାରମ୍ବାର ନଦୀବନ୍ଧ ମରାମତି କରାଯାଉଛି କିନ୍ତୁ ସଠିକ ଢଙ୍ଗରେ କରାଯାଉନାହିଁ । ନିମ୍ନମାନର କାର୍ଯ୍ୟ ଯୋଗୁଁ ନଦୀବନ୍ଧ ଯେଉଁ ଅବସ୍ଥାକୁ ସେଇ ଅବସ୍ଥା । ମାତ୍ର ୬ ମାସ ତଳେ ଷୋଳପୁରଠାରୁ ମଦରଙ୍ଗ ନଦୀ ବନ୍ଧ ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ କରାଯାଇଥିଲା । ମାତ୍ର ଏବେ ରାସ୍ତା ନଷ୍ଟ ହୋଇ ଜଙ୍ଗଲ ପାଲଟି ଗଲାଣି । ରାସ୍ତା କାର୍ଯ୍ୟ ·ଲୁଥିବା ସମୟରେ ଘାଇ ହୋଇ ନଦୀବନ୍ଧ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା । ଏହି ସ୍ଥାନରୁ ତିନିମୁହାଣି ପର୍ଯ୍ୟନ୍ତ ଏହାର ପ୍ରଭାବରେ ରାସ୍ତା ଫାଟି ଆଁ କରିଛି । ଯାହାକି ଆଗାମୀ ବର୍ଷା ସମୟରେ ସମ୍ପୂର୍ଣ୍ଣ ଭାବେ ଉକ୍ତ ରାସ୍ତା ନଷ୍ଟ ହେବାର ସମ୍ଭାବନା ରହିଛି । ବନ୍ୟା ସମୟରେ ସେହିଠାରେ ମଧ୍ୟ ଘାଇ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏ ନେଇ ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି ଯେ, ଉକ୍ତ ଘାଇକୁ ନେଇ ଆମେ ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇଛୁ । ସେଠାରୁ ଆଦେଶ ଆସିଲେ ଆମେ କାର୍ଯ୍ୟ କରିବୁ । ମାତ୍ର ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆମେ ଧନୂଆ ବନ୍ୟାରେ ସବୁ ସମୟରେ ବୁଡି ରହୁଛୁ ତା'ସାଙ୍ଗକୁ ବିପଦସଙ୍କୁଳ ନଦୀବନ୍ଧ ଭାଙ୍ଗିବା ଦ୍ୱାରା ଆମେ ଅତ୍ୟକ ଭାବେ କ୍ଷତିଗ୍ରସ୍ତ ହେଉଛୁ । ଏଥିପ୍ରତି ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।