ବିଜେଡ଼ି ଜିଲ୍ଲା ସଭାପତି ସରୋଜ

 ବଲାଙ୍ଗିର : ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବଲାଙ୍ଗିର ଜିଲ୍ଲା ବିଜେଡ଼ି ସଭାପତି ଭାବେ ମନୋନୀତ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସରୋଜଙ୍କ ଉପରେ ଭରସା ରଖି ତାଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ବିଜେପିର ୪ ଜଣ ବିଧାୟକ ରହିଥିବା ବେଳେ ଜଣେ ଉପମୁଖ୍ୟମନ୍ତ୍ରୀ ଓ ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ବିଜେପି ସରକାରରେ ଦାୟିତ୍ୱ ବହନ କରିଛନ୍ତି  । ଏଭଳି ସମୟରେ ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେରଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ବଲାଙ୍ଗିରରେ ପୁଣି ଶଙ୍ଖ ଧ୍ୱନିକୁ ବଳିଷ୍ଠ କରିବା ପାଇଁ ଆଶା ରଖିଥିବା ବେଳେ ବଲାଙ୍ଗିରରେ ବିଜେଡ଼ି ସଂଗଠନକୁ ମଜଭୁତ କରିବା ପାଇଁ ସରୋଜ ଅଣ୍ଟା ଭିଡ଼ିଛନ୍ତି ।