ଜିଲ୍ଲା ମହୋତ୍ସବ ମୁଖପତ୍ର "ଯଯାତି’ ପ୍ରକାଶିତ
ଯାଜପୁର ଟାଉନ: ଯାଜପୁର ଜିଲ୍ଲା ମହୋସôବ "ଯଯାତି-୨୦୨୫’ ଅବସରରେ ଚଳିତ ବର୍ଷ ଜିଲ୍ଲା ସଂସ୍କୃତି ପରିଷଦ ଯାଜପୁର ପକ୍ଷରୁ "ଯଯାତି’ ଏକ ଶୋଭାନୀୟ ସଂସ୍କରଣ ପ୍ରକାଶିତ ହେବ । ଜିଲ୍ଲା ସଂସ୍କୃତି ପରିଷଦ ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶୁଭେନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଯାଜପୁର, ଐତିହ୍ୟ, ସଂସ୍କୃତି, ପରମ୍ପରା, କଳାକୀର୍ତି, ଜନଜୀବନ ଏବଂ ବ୍ୟକ୍ତିତ୍ୱ ଆଧାରରେ ଲିଖିତ ଉପାଦେୟ ତଥା ମୌଳିକ ଗବେଷଣାତ୍ମକ, ଲେଖାଗୁଡ଼ିକ ଆଗାମୀ ଜାନୁଆରୀ ୮ ତାରିଖ ସୁଦ୍ଧା ଜିଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ଅଥବା ଇମେଲ ମାଧ୍ୟମରେ ପଠାଇବାକୁ ଅନୁରୋଧ କରାଯାଇଛି ।