ଭେଣ୍ଡିଂ ଜୋନ୍‌ ଦାବିରେ  ମହାସଂଘ ପକ୍ଷରୁ ଦାବିପତ୍ର

କଟକ :  କଟକ ଉଠା ଦୋକାନୀ ମହାସଂଘ ପକ୍ଷରୁ ସ୍ଥାନୀୟ ବାଦାମବାଡ଼ି ଉଠାଦୋକାନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭେଣ୍ଡିଂ ଜୋନ ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମହାସଂଘ ସଭାପତି ଅମରେନ୍ଦୁ ମହାନ୍ତି, ଛବିନ୍ଦ୍ର ଖୁଣ୍ଟିଆ, ଅକ୍ଷୟ ସହୁ, ନିତ୍ୟାନନ୍ଦ ନାୟକ, ବାସନ୍ତି ସ୍ୱାଇଁ ସମେତ ବହୁ ଉଠାଦୋକାନୀ ଜିଲ୍ଲାପାଳଙ୍କୁ ଆକ୍ଷେପ କରି ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସିଡ଼ିଏ ଅଧିକାରୀଙ୍କୁ ଦାବିପତ୍ରର କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ ।