କ୍ୟାଟେରିଂ ସଂଘର ବାର୍ଷିକ ଉତ୍ସବ
ାା ପ୍ରଭାନୁ୍ୟଜ ।ା କଟକ: କଟକ କ୍ୟାଟେରିଂ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ବଜ୍ରକବାଟି ରୋଡ ସ୍ଥିତ ମହାବୀର ଗ୍ୟାଲେକ୍ସି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ରାଜ୍ୟ ଖାଦ୍ୟ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି, ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଭାରତ ମସଲାର ଅଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ଓଡ଼ିଶା କ୍ୟାଟେିରିଂ ସଂଘର ଉପଦେଷ୍ଟା ନବ ପଟ୍ଟନାୟକ, ଅଧ୍ୟକ୍ଷ ଅନୁପ ବଗାଇ, ସଭାପତି ବିନୟ ଭୂଷଣ ପଟ୍ଟନାୟକ, ସାଧାରଣ ସଂପାଦକ ଦେବୀ ପ୍ରସାଦ ରଥ ପ୍ରମୁଖ ଯୋଗ ଦେଇଥିଲେ । ଦୈନନ୍ଦିନ ଜୀବନରେ ମା’ ଲକ୍ଷ୍ମୀ ଆମକୁ ଖାଦ୍ୟ ପ୍ରଦାନ କରିଥାନ୍ତି । ମା’ ଲକ୍ଷ୍ମୀଙ୍କ ପ୍ରସାଦରେ ସଦା ସର୍ବଦା ସ୍ୱଚ୍ଛତା ରହିବା ଦରକାର । ଏଣୁ କ୍ୟାଟେରିଂ ସଂଘର ସମସ୍ତ କର୍ମକର୍ତ୍ତା ସର୍ବଦା ସ୍ୱଚ୍ଛ ଖାଦ୍ୟ ଲୋକମାନଙ୍କୁ ପରିବେଷଣ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ । ସଭାପତି ଶ୍ରୀକାନ୍ତ ସାହୁ ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପାଦକ ରଘୁନାଥ ପାତ୍ର ସାଧାରଣ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସମଗ୍ର ଓଡ଼ିଶାରୁ ଆସିଥିବା ସଂଘର କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଟକ ସଂଘର ଉପଦେଷ୍ଟା ବୃନ୍ଦାବନ ସ୍ୱାଇଁ, ସହ ସଂପାଦକ ଧବଳ ସାହୁ, କୋଷାଧ୍ୟକ୍ଷ ନଗେନ ସାମଲ, ସହ କୋଷାଧ୍ୟକ୍ଷ ଦିବାକର ବେହେରା, ସଂଯୋଜକ ଅଖିଳ ପ୍ରସାଦ ମହାପାତ୍ର ଓ କେଦାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ସୁନିଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।