କାର୍ତ୍ତିକେଶ୍ୱର ପୂଜା ପାଳିତ


 ଏରସମା: ସରବାଠାରେ କାର୍ତ୍ତିକେଶ୍ୱର ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ୪୩ ବର୍ଷ ପୂର୍ବରୁ ସରବାରେ କାର୍ତ୍ତିକେଶ୍ୱର ପୂଜାର ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ଗାଁ ର ଏହି ପରମ୍ପରା କୁ କାର୍ତ୍ତିକେଶ୍ୱର ପୂଜା କମିଟି ର ଯୁବ ଗୋଷ୍ଟୀ ମାନେ ବଜାୟ ରଖିବା ସହିତ ବେଶ ଆଡମ୍ବର ରେ କାର୍ତ୍ତିକେଶ୍ୱର ପୂଜାକୁ ପାଳନ କରୁଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ କମିଟି ସଦସ୍ୟମାନେ ବେଶ୍ ଯନôବାନ୍ ଥିବା ବେଳେ, ଆଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ଲୋକମାନଙ୍କ ଭିଡ଼ ଆଉ ୮ ଦିନ ପର୍ଯ୍ୟନ୍ତ ଲାଗିରହିବ ବୋଲି ଲାଗି ରହିବ ବୋଲି ସଭାପତି ପ୍ରବୀର କୁମାର ସ୍ୱାଇଁ କହିଛନ୍ତି । ସମ୍ପାଦକ ଚନ୍ଦ୍ରକାନ୍ତ ପରିଡା, କୋଷାଧକ୍ଷ ଆଶିଷ ପରିଡା, କର୍ତ୍ତିକ ମହିମା ଛାଟୋଇ, ସଞ୍ଜୀବ ରାଉତ୍ ବିକ୍ରମ ଦଳାଇ, ରାମଚନ୍ଦ୍ର, କାହ୍ନା, ଆଦିତ୍ୟ, ରଶ୍ମି, ପ୍ରିୟବ୍ରତ, ରାଜା, ସୁମନ,କିଶୋର, ଗୁଡ଼ୁ, ସୋନୁ, ଟୁଲିଆ,ଜିତେନ୍ଦ୍ର, ପ୍ରକାଶ, କିଶୋର, ସବ୍ୟସାଚୀ, ଲିପୁ, ଗୁଡୁ, ତପୁଙ୍କ ସମେତ ସଭାପତି ପ୍ରବୀର କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।