ସାଙ୍ଗକୁ ମାରିଲା ସାଙ୍ଗ

 ବିଶୋଇ:  ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ସ୍ଥିତ ଲୁହାକାନି ଗ୍ରାମ ରେ ଶୁକ୍ରବାର ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ର ଆକ୍ରମଣରେ ଗୁରୁତର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ମୃତକ ହେଲେ ପ୍ରଦୀପ ନାଏକଙ୍କ ପୁଅ ଲକ୍ଷ୍ମଣ ନାଏକ । ଗାଁ ବିବାହ ଭୋଜିରେ ଯୋଗଦେବା ଅବସରରେ ଲକ୍ଷ୍ମଣ ସାଙ୍ଗଙ୍କ ସହ ବାଉଁଶ ମୂଳେ ବସି ଖିଆପିଆ କରୁଥିବା ବେଳେ, ଭାଗ୍ୟବାନ ପହଞ୍ଚିଥିଲେ । ଗାଡ଼ି ଲାଇଟ୍ ଲକ୍ଷ୍ମଣଙ୍କ ଉପରେ ପଡ଼ିବାରୁ ଲାଇଟ୍ ଅଫ କରିବା ପାଇଁ କହିବାରୁ ଯୁକ୍ତି ତର୍କ ଧସ୍ତାଧସ୍ତି ବେଳେ ଭାଗ୍ୟବାନ ଏକ ଧାରୁଆ ଛୁରିରେ ଲକ୍ଷ୍ମଣଙ୍କ ପେଟରେ ଆକ୍ରମଣ କରି ସେଠାରୁ ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କ ଚିକ୍ରାର ଶୁଣି ଘର ଲୋକେ ତୁରନ୍ତ ସେଠୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ସେଠୁ ପୁଣି ବାରିପଦା ପରେ କଟକକୁ ସ୍ଥାନାନ୍ତର କରିଥିଲେ । ତେବେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ପିତା ପ୍ରଦୀପ ନାଏକ ଲିଖିତ ଅଭିଯୋଗରେ ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ତଦନ୍ତ କରିଥିବା ବେଳେ, ଅଭିଯୁକ୍ତକୁ ବିଶୋଇ ପୋଲିସ ଗିରଫ କରିବା ସହ ଛୁରିକୁ ଜବତ୍ କରିଛି ।