ଜୀବିକା ମିଶନ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
ଢେଙ୍କାନାଳ: ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗ ପକ୍ଷରୁ ଜିପିଏଲଏଫ, ବିଏଲପିର ପୁନଃ ଗଠନ ପାଇଁ ଜାରି ହୋଇଥିବା ନିଦେ୍ର୍ଦଶ ନାମା ଚିଠି ନଂ ୩୭/୨୦୨୫କୁ ସ୍ଥଗିତ ରଖିବା ପାଇଁ ଗଁଦିଆ ବ୍ଲକ ଓଡିଶା ଜୀବିକା ମିଶନ ସଂଘ ପକ୍ଷରୁ ଦାବି ହୋଉଛି । ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଂଚାୟତରେ ୪୯୦ଜଣ ଇସି କର୍ମୀ ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସୁଛନ୍ତି । କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କର ଯେତେ ଜନ ହିତାକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରବା ସହିତ ଏହାର ସଫଳତା ଯେପରି ପ୍ରତ୍ୟେକ ହିତାଧିକାରୀମାନେ ପାଇପାରିବେ ନିଷ୍ଠାପର ଭାବରେ କାର୍ଯ୍ୟ ସମ୍ପାଦନା କରି ଆସୁଛନ୍ତି । ୨୦୨୨ମସିହାରେ ମାତ୍ର ୧୦୦୦ହଜାରେ ଟଙ୍କା ମାସିକ ପାରିଶ୍ରମିକ ପାଇ କାର୍ଯ୍ୟ କରୁଥିବା ସ୍ଥଳେ ୨୦୨୪ରେ ସରକାର ଉକ୍ତ ପାରିଶ୍ରମିକ ବୃଦ୍ଧିକରି ମାସିକ ୧୫,୦୦ଟଙ୍କା କରିଥିଲେ । କିନ୍ତୁ ଦୁଃଖର ବିଷୟ ଦୀର୍ଘଦିନ ଧରୀ ସ୍ୱଳ୍ପ ପାରିଶ୍ରମିକରେ କାର୍ଯ୍ୟ କରୁଥିବା ଇସି କର୍ମୀମାନଙ୍କୁ ଉକ୍ତ ପଦବୀରୁ ବାହାର କରାଯାଇ ନୂତନ ଭାବରେ ଇସି କର୍ମୀ ନିର୍ବାଚନ ପକ୍ରିୟା ପାଇଁ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଯାହାକୁ ଇସି କର୍ମୀମାନଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଉଛି । ସେହିପରି ସ୍କୁଟି ଯୋଜନାରେ କିସ୍ତିରେ ସ୍କୁଟି ଆଣିଥିବା ଇସି କର୍ମୀମାନେ ୪୮ମାସ ମଧ୍ୟରେ ଋଣ ପରିଶୋଧ କରିବେ । କିନ୍ତୁ ମାତ୍ର ୧୧ଗୋଟି କିସ୍ତି ସେମାନେ ପରିଶୋଧ କରିଛନ୍ତି । ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଏ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ପୁନଃଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଗଁଦିଆ ବ୍ଲକ ଇସି ସଂଘ ପକ୍ଷରୁ ସଭାପତି ସୁଚିତ୍ରା ରାଉତଙ୍କ ସମେତ ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘର ସଭାନେତ୍ରୀ ରୁଚିସ୍ମିତା ଶତପଥୀ, ସମ୍ପାଦିକା ନିର୍ମଳା ସାହୁ, ବ୍ଲକ ଜିପିଏଲଏଫ ସମ୍ପାଦିକା ସୁଜାତା ଦାସଙ୍କ ସମେତ ଶତାଧିକ କର୍ମୀ ମିଳିତ ଭାବରେ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରାଙ୍କୁ ବ୍ଲକ କାର୍ଯ୍ୟାଳୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଥମେ ସଂଘ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ମିଶନ ଶକ୍ତି କାର୍ଯ୍ୟାଳୟ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ଆସିଥିଲା ।