ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରିଆ
ବରୀ : ଦିନକୁ ଦିନ ପ୍ରଚଣ୍ଡ ଖରାର ତାତି ବଢୁଥିବାବେଳେ ନଦୀନାଳ ସବୁ ଶୁଖିବାକୁ ବସିଲାଣି । ଲୋକେ ଟୋପାଏ ପାଣି ପାଇଁ ଡହଳବଳକ ହେଲେଣି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ସାରିବା ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ନିଦେ୍ର୍ଦଶ ରହିଥିବାବେଳେ ବରୀ ବ୍ଲକ ବୋଦୁଅ ପଞ୍ଚାୟତରରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଧପନ୍ତରିଆ ହୋଇ ପଡିରହିଛି । ଏହି ପ୍ରକଳ୍ପ ଉପରେ ବୋଦୁଅ ଗ୍ରାମର ୧୨, ୧୩, ୧୪, ଓ ୧୫ ୱାର୍ଡ ନିର୍ଭର କରିଥିବାବେଳେ ପାନୀୟ ଜଳ ପାଇପ ଯୋଗେ ଲୋକମାନଙ୍କ ଘରକୁ ଯିବାର ସ୍ୱପ୍ନ ପାଲଟିଛି । କିଛି ୱାର୍ଡ ପାଇପ ବିଛା ହୋଇଥିବାବେଳେ ଅନ୍ୟ ୱାର୍ଡରେ ମଧ୍ୟ ପାଇପ ବିଛା ଯାଇନାହଁ । ଫଳରେ ଲୋକଙ୍କ ମଧ୍ୟରେ ଅନ୍ତୋଷ ଦେଖାଦେଇଛି । ଏହି କାର୍ଯ୍ୟଟିକୁ ଠିକାଦାର ଅଧାରୁ ଦୀର୍ଘଦିନ ହେବ କାର୍ଯ୍ୟବନ୍ଦ କରି ରଖିଛି । ଯାହାଫଳରେ ଲୋକମାନେ ପାନୀୟ ଜଳ କେବେ ମିଳିବ ଅନାଇ ବସିଛନ୍ତି । ଏବେ ଖରାଦିନ ଖରେସ୍ରୋତା ନଦୀ ଶୁଖିଲା ପଡିଥିବାବେଳେ ଜଳସ୍ତର ଦିନକୁ ଦିନ କମୁଛି । ଦୀର୍ଘ ସମୟ ନଳକୂପ ଚାପିଲେ ପାଣି ବାହାରୁଛି ଏହା ବୋଦୁଅବାସୀ କେବେ ପାନୀୟ ଜଳ ପାଇବେ ତାହା ନେଇ ପ୍ରଶ୍ନବାଚୀ ହେଉଛି । ଏହି ପ୍ରକଳ୍ପ କାର୍ଯ୍ୟ ଯଥାଶ୍ରୀର୍ଘ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ତୁରନ୍ତ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି ।