ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତୁ୍ୟ
ପାପଡାହାଣ୍ଡି: ସଂଘବଦ୍ଧ ଆକ୍ରମଣ ରେ ଜଣେ ଯୁବକର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଧାନ ମଳାଇବାକୁ ଯାଇ ହତ୍ୟାର ଶିକାର ହେଲେ ଯୁବକ । ମୃତ ଯୁବକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଉମାକାନ୍ତ ହରିଜନ । ସୂଚନା ପ୍ରକାରେ ମୃତ ଉମାକାନ୍ତ ଧାନ ମଳାଇବା ପାଇଁ ଗତ ଶନିବାର କୋଡ଼ିଙ୍ଗା ଥାନା ବରୱାଡା ଗ୍ରାମକୁ ଯାଇଥିଲେ । ସୋମବାର ରାତ୍ରରେ ମୋବାଇଲ ଚାର୍ଜ କରିବା ପାଇଁ ନିକଟସ୍ତ ଘରେ ପଶିଥିଲେ । ପାହାନ୍ତିଆ ସମୟରେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥାନକୁ ଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ସଂଘବଦ୍ଧ ଆକ୍ରମଣ ଯୋଗୁଁ ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ କୋଡ଼ିଙ୍ଗା ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।