୮ଶହ ଗ୍ରାମ୍ ଗଞ୍ଜେଇ ଜବତ୍; ୨ ଗିରଫ 

ଟମକା : ଜିଲ୍ଲା ଆରକ୍ଷୀ ନିଦେ୍ର୍ଦଶ କ୍ରମେ ଟମକା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅବକରୀ କାରବାର ଉପରେ ଧରପକଡ଼ ଜୋରଦାର୍ କରିଛି  । ଏହି କ୍ରମରେ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁଙ୍କ ନିଦେ୍ର୍ଦଶ କ୍ରମେ ସବ ଇନ୍ସପେକ୍ଟର ପ୍ରକାଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗୋବର୍ଦ୍ଧନପୁର, ଟୋଲକାନୀ, ଚିତ୍ରୀ ଓ ଜଅଁର ଗ୍ରାମରେ ଚଢ଼ାଉ କରିଥିଲା । ଚିତ୍ରୀ ଗ୍ରାମର ସ୍ୱର୍ଗତ ଧରଣୀଧର ରଣାଙ୍କ ପୁଅ ସୁନନ୍ଦ (୫୫) ଏବଂ ତାହାର ସହଯୋଗି ନୂଆ ସାହି ଗ୍ରାମର ସ୍ୱର୍ଗତ ହାଡିବନ୍ଧୁ ସାହୁଙ୍କ ପୁଅ ନୀରଞ୍ଜନକୁ ଅଟକ ରଖି ଯାଂଚ କରିବାରୁ ତାଙ୍କ ନିକଟରୁ ୮ ଶହ ଗ୍ରାମ୍ ଗଞ୍ଜେଇ ଜବତ କରା ଯାଇଥିଲା । ତେବେ ଅଭିଯୁକ୍ତ ଦ୍ୱୟକୁ ଅବକାରୀ ଆଇନ ଆଧାରରେ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।