କଟକ ଜିଲ୍ଲାରେ ବ୍ୟାପୁଛି ଡାଇରିଆ
କଟକ: କଟକ ଜିଲ୍ଳାରେ ଡରାଇଲାଣି ଡାଇରିଆ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ରୋଗ ଆତଙ୍କ ଖେଳାଇଲାଣି । ସଂପ୍ରତି କଟକ ଜିଲ୍ଲାର ଉତ୍ତରବାଙ୍କୀ, ନରସିଂହପୁର ଏବଂ ତିଗିରିଆରେ ଡାଇରିଆ ରୋଗୀସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାବ୍ୟାପୀ ଜଳ ଉସôଗୁଡ଼ିକର ବିଶୋଧନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଶୋଧନ ପରେ ଯଦି କୌଣସି ଅଞ୍ଚଳରେ ଡାଇରିଆ ଦେଖାଦିଏ, ତେବେ ସେଠାରେ ସୁପର କ୍ଲୋରିନେସନ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଅପର ପକ୍ଷରେ ୪୨ମୌଜା ଝିଙ୍କିରିଆରେ ଦେଖା ଦେଇଥିବା ଡାଇରିଆ ପ୍ରଭାବ କମିଛି । ସେହିପରି ବାଙ୍କୀରେ ଡାଇରିଆ ନିରାକରଣ କାର୍ଯ୍ୟ ଯୋରଦାର ଭାବେ ଚାଲିଛି । ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ କହିଛନ୍ତି । କଟକ ବଡ଼ ମେଡ଼ିକାଲ ଡାଇରିଆ ୱାର୍ଡ଼ର ବେଡ଼ ସଂଖ୍ୟା ୭୫କୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।