ଓଡ଼ିଶାରୁ ପାଇଲେ ତରୁଣ ଓ ବସନ୍ତ 

 ନୂଆଦିଲ୍ଲୀ/ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ଦେଶର ମୋଟ୍ ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚÿ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଶାର ଦୁଇ ଜଣ ଆଦର୍ଶ ଶିକ୍ଷକ ପୁରସ୍କୃତ ହୋଇଛନ୍ତି । କୋରାପୁଟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ ଅଭିନବ ଶିକ୍ଷାଦାନ ପଦ୍ଧତି ଓ ଭାଷା ଶିକ୍ଷା କ୍ଷେତ୍ରରେ ଅବଦାନପାଇଁ ପୁରସ୍କୃତ ହୋଇଛନ୍ତି ।  କଥା ଚିତ୍ର, ମାଇଁ ରିଡିଂ ବୁକ୍ ଓ ମାଇଁ ପିକ୍ଚର ମାଇଁ ଷ୍ଟୋରୀ, ନୁ୍ୟଜ୍ ନେଷ୍ଟ ଏବଂ ମୈ ଭି ସ୍ପିକର ଭଳି ପ୍ରୟାସ ଜରିଆରେ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ସାକ୍ଷରତା ଏବଂ ଯୋଗାଯୋଗ ଦକ୍ଷତା ବୃଦ୍ଧି କରିପାରିଛନ୍ତି । ସେ ମଧ୍ୟ ମିଲେଟ୍ କ୍ରାନ୍ତି ଅଭିଯାନର ନେତୃତ୍ୱ ନେଇ ନିଜ ବିଦ୍ୟାଳୟରେ ଶ୍ରୀଅନ୍ନ ଜାତୀୟ ଖାଦ୍ୟ ପରଷି ଦେବାରେ ଅଗ୍ରଣୀ ହୋଇପାରିଛନ୍ତି । ତାଙ୍କର ଉଦ୍ୟମ ସ୍ୱାସ୍ଥ୍ୟ, ପୋଷଣ ଏବଂ ସାଂସ୍କୃତିକ ସଚେତନତାକୁ ପ୍ରୋସôାହିତ କରିଛି । ଏହି ବହୁମୁଖୀ ଅଭ୍ୟାସଗୁଡ଼ିକ ଶିକ୍ଷା ପାଇଁ ଏକ ଶକ୍ତିଶାଳୀ ଦୃଷ୍ଟିକୋଣର ଉଦାହରଣ ଦେଉଛି ଯାହା ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷାଗତ ଭାବରେ ନୁହେଁ, ବରଂ ସୃଜନଶୀଳ, ଆତ୍ମବିଶ୍ୱାସୀ ଏବଂ ସାମାଜିକ ସଚେତନ ବ୍ୟକ୍ତିତ୍ୱ ଭାବେ ଗଢି ତୋଳିବାରେ ସହାୟକ ହେଉଛି ।
ସେହିପରି ମାଲକାନଗିରି କୋଣ୍ଡେଲ ସରକାରୀ ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ନୂତନ ଶିକ୍ଷାଦାନ ଏବଂ ଗୋଷ୍ଠୀ ସହଭାଗିତା ପାଇଁ ପୁରସ୍କୃତ ହୋଇଛନ୍ତି । ତାଙ୍କର ଉଦ୍ୟମ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଅଂଶଗ୍ରହଣରେ ସୁଧାର ଆଣିଛି । ସେ ବିଦ୍ୟାଳୟ ଏବଂ ସମାଜ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଚତୁରତାର ସହିତ ସୃଜନଶୀଳ, କମ ଖର୍ଚ୍ଚର ପଦ୍ଧତି ବ୍ୟବହାର କରିଛନ୍ତି । ସଚେତନତା ଶୋଭାଯାତ୍ରା, ପଥପ୍ରାନ୍ତ ସଭା, କଣ୍ଢେଇ ନାଚ ଓ ମାସିକ ଭ୍ରାମ୍ୟମାଣ ଗୋଷ୍ଠୀ ପାଠାଗାର ମାଧ୍ୟମରେ ଶ୍ରୀ ରଣା ବିଦ୍ୟାଳୟ ଓ ସମାଜ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ କରିଛନ୍ତି । ‘ଟକିଂ ୱାଲ୍ସ’ (କଥା କୁହା କାନ୍ଥ) ଓ ‘ପଥର ବର୍ଣ୍ଣମାଳା ଓ ସଂଖ୍ୟା ବଗିଚା’ ଭଳି ଉଦ୍ୟମ ଜରିଆରେ ସେ ବିଦ୍ୟାଳୟ ପରିସରକୁ ସମ୍ପୃକ୍ତି ଆଧାରିତ ଶିକ୍ଷାୟତନ କେନ୍ଦ୍ରରେ ପରିଣତ କରିଛନ୍ତି । ତାଙ୍କର ଏହି ଉଦ୍ୟମ ମୌଳିକ ସାକ୍ଷରତା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶକୁ ପ୍ରୋସôାହିତ କରିଛି ।  
ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର ବସନ୍ତ କୁମାର ରଣା ଓ ତରୁଣ କୁମାର ଦାଶଙ୍କୁ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  । ସେ ଉଲ୍ଲେଖ କରିଛନ୍ତି “ମାଲକାନଗିରି ଓ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଶିକ୍ଷା ପ୍ରଦାନ କରିବା ଦିଗରେ ଆପଣମାନଙ୍କ ଭଳି ଶିକ୍ଷକଙ୍କ ନିଷ୍ଠା ଏବଂ ପାଠ ପଢାଇବାର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ  । ଆପଣମାନଙ୍କ କାର୍ଯ୍ୟ ଶିକ୍ଷା ସମାଜକୁ ସର୍ବଦା ଅନୁପ୍ରାଣିତ କରିବ” । ଏତଦବ୍ୟତୀତ ଦେଶର ପୂର୍ବତନ ରାଷ୍ଟ୍ରପତି ଏବଂ ବିଶିଷ୍ଟ ଶିକ୍ଷାବିତ୍ ଭାରତରନô ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ ଉଲ୍ଲେଖ କରିଛନ୍ତି, ଗୁରୁମାନେ କେବଳ ପଢିବା ଏବଂ ପଢାଇବାରେ ସୀମିତ ନୁହେଁ ବରଂ ସେମାନେ ଆମକୁ ଚିନ୍ତା କରିବାର ଦୃଷ୍ଟି, ଜୀବନ ଜୀଇଁବାର କଳା ଏବଂ ରାଷ୍ଟ୍ର ପ୍ରତି ଦାୟିତ୍ୱର ଭାବନା ଶିକ୍ଷାଇଥାନ୍ତି  ।