ୱାକଫ ବୋର୍ଡ ବିଲ ପାଇଁ ଗଠିତ ଜେପିସି ବୈଠକରେ ବଡ ହଙ୍ଗାମା : ଦିନକ ପାଇଁ ୧୦ ସାଂସଦ ନିଲମ୍ବିତ
ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକରେ ହଙ୍ଗାମା । ଏପରିକି ପରିସ୍ଥିତି ସମ୍ଭାଳିବା ପାଇଁ ମାର୍ଶାଲ ଡକାଇବାକୁ ପଡ଼ିଥିଲା ।
ଜେପିସି ବୈଠକ ଗଣ୍ଡଗୋଳ ଘଟଣାରେ ଅସଦ୍ଦୁଦ୍ଦିନ ଓବିସି ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ମୋଟ୍ ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ଜେପିସିରୁ ସସପେଣ୍ଡ କରାଯାଇଛି । ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ କଥାକୁ ବୈଠକେ ବାରମ୍ୱାର ଉପେକ୍ଷା କରାଯାଉଛି । ଆଗରୁ ମଧ୍ୟ ବୈଠକରେ ବିବାଦ ହୋଇଥିଲା । ୱାକଫ୍ ନେଇ ଗଠିତ ଜେପିସି ବୈଠକ ଦୁଇଦିନ ଧରି ଚାଲିବ । ଆସନ୍ତା ୨୭ କିମ୍ୱା ୨୮ ତାରିଖରେ ଜେପିସି ରିପୋର୍ଟ ଦିଆଯିବ ।