ସୁଶାନ୍ତ ଧଳସାମନ୍ତ ସେଲରେ ସ୍ମାର୍ଟଫୋନ

ସୁଶାନ୍ତ ଧଳସାମନ୍ତ ସେଲରେ ସ୍ମାର୍ଟଫୋନ

ବଲାଙ୍ଗୀର: ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତଙ୍କ ସେଲରୁ ସ୍ମାର୍ଟଫୋନ ମିଳିଛି । ବଲାଙ୍ଗୀର ଜେଲରେ ରେଡ ବେଳେ ପୁଲିସକୁ ଏହି ସ୍ମାର୍ଟଫୋନ ମିଳିଛି । ଚିକିତ୍ସା ପାଇଁ ସୁଶାନ୍ତ କଟକ ଆସିଥିବାବେଳେ ସେ ରହୁଥିବା ସେଲରେ ସ୍ମାର୍ଟଫୋନ ଠାବ କରାଯାଇଛି । ଏହାଛଡ଼ା ମାଦକ ଦ୍ରବ୍ୟ ସହ ଲାଇଟର ବି ମିଳିଥିବା ସୂଚନା ମିଳିଛି । ତେବେ ଏହି ସବୁ ମିଳିବା ପରେ ଜେଲ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲ ଭିତରକୁ କିପରି ମୋବାଇଲ ଗଲା ତାହାକୁ ନେଇ ବି ପ୍ରଶ୍ନବାସୀ ସୃଷ୍ଟି ହୋଇଛି । ଉକ୍ତ ସ୍ମାର୍ଟଫୋନ ଦ୍ୱାରା ସୁଶାନ୍ତ ଜେଲରୁ ନିଜର କ୍ରାଇମ ସାମ୍ରାଜ୍ୟକୁ ଅପରେଟ କରୁଥିଲା କି ବୋଲି ପ୍ରଶ୍ନ ଉଙ୍କି ମାରୁଛି । ତେବେ ସୁଶାନ୍ତ ଜେଲକୁ ଫେରିବା ପରେ ଏହାର ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ଗତ ୨୩ ତାରିଖରେ ଜେଲରେ ଗ୍ୟାଙ୍ଗୱାର ଚାଲିଥିବା ନେଇ ଖବର ପ୍ରକାଶ ପାଇବା ପରେ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଚିକିତ୍ସା ପାଇଁ ସୁଶାନ୍ତ ଧଳସାମନ୍ତ କଟକ ଯାଇଥିଲା। ଚଢ଼ାଉ ବେଳେ ସୁଶାନ୍ତ ଧଳ ସାମନ୍ତ ସେଲରୁ ଲକ୍‌ ଥିବା  ସ୍ମାର୍ଟଫୋନ୍ ସହ ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର ଜବତ କରାଯାଇଥିଲା। ଏଥିସହ ଜେଲର ଅନ୍ୟ ସେଲରୁ ପୁଲିସ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ  କରିଥିଲା।