ଟ୍ରକ୍ରୁ ୨୮୦ କିଲୋ ଗଞ୍ଜେଇ ଜବତ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ୨୮୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହାସହ ଗୋଟିଏ ମିନିଟ୍ରକକୁ ଜବତ କରିଛି ।
ସୂଚନାନୁଯାୟୀ, ଶନିବାର ସାରେ ପୋଲିସ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଉଲିପଦର ଗାଁ ଶେଷ ମୁଣ୍ଡରେ ଚଢ଼ାଉ କରିଥିଲା। ହେଲେ ଗଞ୍ଜେଇ ଚାଲାଣକାରୀ ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ମିନିଟ୍ରକ୍ ସହ ୮ ବସ୍ତା ଗଞ୍ଜେଇକୁ ଜବତ କରିଥଲା।
ରବିବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ସବରଙ୍କ ଉପସ୍ଥିତିରେ ବ୍ରାହ୍ମଣିଗାଁ ଥାନା ପରିସରରେ ଜବତ ଗଞ୍ଜେଇ ଗୁଡ଼ିକର ଓଜନ କରାଯିବାରୁ ଏହା ୨୮୦ କିଲୋର ଗଞ୍ଜେଇ ବୋଲି ଜଣାପଡିଛି। ତେବେ ଏନେଇ ବ୍ରାହ୍ମଣିଗାଁ ଥାନାରେ ଏନଡିପିଏସ ଆକ୍ଟ ୧୬/୨୫ ରେ ମାମଲା କରାଯାଇଥିବା ବେଳେ ଚମ୍ପଟ ମାରିଥିବା ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ପୋଲିସ ଖୋଜୁଥିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ବିଜୟ କୁମାର ହାଇବୁରୁ କହିଛନ୍ତି।