ଘରୋଇ କଲେଜରେ ଛାତ୍ରୀ ମୃତୁ୍ୟ ଘଟଣା : ହତ୍ୟା ଅଭିଯୋଗ ଆଣି ରାସ୍ତାରୋକ୍ 

  ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆବନ୍ଧ ନିକଟ ପାଇକଦହିକୋର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ  ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରଛି । କଲେଜ ପକ୍ଷରୁ ଏହା ଏକ ଆତ୍ମହତ୍ୟା ବୋଲି କହୁଥିବାବେଳେ  ଛାତ୍ରୀକୁ ମାରି ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏ ନେଇ ନ୍ୟାୟ ଦାବିରେ ପରିବାର ଲୋକେ ଛାତ୍ରୀଙ୍କ ମୃତଦେହକୁ ୫୫ ନମ୍ବର ଜାତୀୟ ରାଜପଥର ବଳଦିଆବନ୍ଧ ଉପରେ ରଖି ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ସମୟ ଧରି କଟକ-ଅନୁଗୁଳ ରାସ୍ତା ବନ୍ଦ ରହିବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଗାଡିମଟର ଅଟକି ରହିଥିଲା । ଖବର ପାଇ ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୁଲିିସ ପହଞ୍ଚô ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରବା ପରେ ରାସ୍ତାରୋକ ହଟିଥିଲା ।
ଖବରରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ଅଂଚଳର ଜଣେ ଛାତ୍ରୀ ଢେଙ୍କାନାଳ ସହର ଉପକଣ୍ଠ ବଳଦିଆବନ୍ଧ ସ୍ଥିତ ଏକ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପ୍ରଥମ ବର୍ଷରେ ପଢୁଥିଲେ । ଛାତ୍ରୀ ଜଣଙ୍କ ସେହି କଲେଜର ଛାତ୍ରୀ ନିବାସରେ ରହି ପଢୁଥିଲେ । ଗତ ୧୦ଦିନ ହେବ  ନିଜ ସଂପର୍କୀୟଙ୍କ ଏକ ବିବାହ ଉତ୍ସବରେ ଯୋଗ ଦେବା ଲାଗି ନିଜ ଘରକୁ ଯାଇଥିଲେ । ୮ତାରିଖରେ ପରୀକ୍ଷା ଥିବାରୁ ଗତ ଗୁରୁବାର ସକାଳେ ଛାତ୍ରୀଙ୍କୁ ତାଙ୍କ ବାପା କଲେଜରେ  ନେଇ ଛାଡିଥିଲେ । ସେହିଦିନ ସନ୍ଧ୍ୟାରେ ସହପାଠୀମାନେ ଜଳଖିଆ ଖାଇବା ଲାଗି ସେ ଦେହରେ ଔଷଧ ଲଗାଇବ କହି ଯାଇନଥିଲେ । ସାଙ୍ଗମାନେ ଫେରିବା ପରେ ଭିତରୁ କବାଟ ବନ୍ଦଥିବା ଦେଖିଥିଲେ । ସହପାଠୀମାନେ କବାଟକୁ ଯେତେ ବାଡେଇଥିଲେ ମଧ୍ୟ କବାଟ ନଖୋଲିବାରୁ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ଖବର ପାଇ କଲେଜ କର୍ତ୍ତୃପକ୍ଷ ପହଞ୍ଚô କବାଟ ଭାଙ୍ଗିବା ପରେ ଛାତ୍ରୀଙ୍କ ମୃତଦେହ ଏକ ଫ୍ୟାନରେ ଝୁୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଛାତ୍ରୀକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ତେବେ କଲେଜ ପକ୍ଷରୁ ଏହାକୁ ଆତ୍ମହତ୍ୟା ଲହୁଥିବା ବେଳେ ଛାତ୍ରୀଙ୍କ ପରିବା ପକ୍ଷରୁ କଲେଜ କର୍ତ୍ତୃପକ୍ଷ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଏହାର ପ୍ରତିବାଦରେ ମୃତ ଛାତ୍ରୀଙ୍କ ପରିବାର ଲୋକ, ବନ୍ଧୁପରିଜନ ସହ ସ୍ଥାନୀୟ ଲୋକମାନେ ଶବକୁ ୫୫ ନମ୍ବର ଜାତୀୟ ରାଜପଥର ବଳଦିଆବନ୍ଧ ଠାରେ ରଖିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇଁ ଏସଡିପିଓ ବିଭୂତି ମହାପାତ୍ରଙ୍କ ସମେତ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ । ଏ ସଂପର୍କରେ ଏସଡିପିଓ ବିଭୂତି ମହାପାତ୍ର କୁହନ୍ତି ଯେ, ଏ ସଂପର୍କରେ ୧୦୭/୨୫ରେ ଏକ ମାମଲା ରୁଜୁ କରାଯାଇଛି । ମାମଲାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା ।