ଗ୍ୟାସ୍ ସିଲିଣ୍ଡର ଫାଟି ଦୋକାନ ଜଳିଗଲା

ଗ୍ୟାସ୍ ସିଲିଣ୍ଡର ଫାଟି ଦୋକାନ ଜଳିଗଲା

ବାଲେଶ୍ବରରେ ସିରିଜ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ଖଣ୍ଡମଣ୍ଡଳ । ଅଗ୍ନିକାଣ୍ଡ ପରେ ଫାଟିଲା ୮ରୁ ଅଧିକ ଗ୍ୟାସ ସିଲିଣ୍ଡର । ବାଲେଶ୍ଵର ଚାନ୍ଦିପୁର ନାଉପାଳଗଡିରେ ଅଘଟଣ । ବଳରାମଗଡି ମେରାଇନ ଥାନା ନାଉପାଳଗଡିରେ ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ନିଆଁ ଲାଗି ପ୍ରାୟ ୮ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିଥିବା ଜଣାପଡିଛି ।

ଗ୍ୟାସ ଟାଙ୍କି ଫାଟିବା ଦ୍ବାରା ବଡ ବିସ୍ଫୋରଣ ସୃଷ୍ଟି ହୋଇଥିଲା । ସମ୍ପୂର୍ଣ ଗ୍ୟାସ୍ ଦୋକାନ ନଷ୍ଟ ହୋଇଯାଇଛି । ମାତ୍ର ଏତେ ବଡ ଦୁର୍ଘଟଣାରେ କେହି ମୃତ ଆହତ ହୋଇନଥିବା ଏକ ବଡ଼ ଆଶ୍ବସ୍ତି । ଘଟଣାସ୍ଥଳରେ ଅଗ୍ନିସମ ବାହିନିର ଦୁଇଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେମିତି ଲାଗିଲା ନିଆଁ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ସୁଚନା ଅନୁସାରେ ଚାର୍ଜ ରେ ବସିଥିବା ଏକ ଏଲେକ୍ଟ୍ରି ସ୍କୁଟିରୁ ସର୍ଟ ସର୍କିଟ ହେବା କାରଣରୁ ନିଆଁ ଲାଗିଛି । ସିଲିଣ୍ଡର୍ ଥିବା ଆଜବେଷ୍ଟସ୍ ଘର ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ନିଆଁ ଆୟତ୍ତ ହେବା ପରେ ଯାଞ୍ଚ କରୁଛି ସ୍ଥାନୀୟ ପୋଲିସ। ଦୋକାନ ଘରେ ୫୦ ରୁ ଅଧିକ ଗ୍ୟାସ ସିଲିଣ୍ଡର ରହିଥିଲା ।