ଓଏମ୍ସି ଦ୍ୱାରା ଇଥାନଲ୍ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଭାରତ ସରକାରଙ୍କ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ପାଇଁ ଇଥାନଲ କ୍ରୟ ମୂଲ୍ୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ତଦନୁଯାୟୀ, ଇଥାନଲ ଯୋଗାଣ ବର୍ଷ ୨୦୨୪-୨୫ (୧ ନଭେମ୍ବର ୨୦୨୪ରୁ ୩୧ ଅକ୍ଟୋବର ୨୦୨୫) ପାଇଁ ଇବିପି ନିମନ୍ତେ ସି ହେଭୀ ମୋଲାସେସ (ସିଏଚ୍ଏମ)ରୁ ଉତ୍ପନ୍ନ ଇଥାନଲର ଏକ୍ସ-ମିଲ୍ ଦର ଲିଟର ପିଛା ୫୬.୫୮ ଟଙ୍କାରୁ ବୃଦ୍ଧି କରାଯାଇ ଲିଟର ପିଛା ୫୭.୯୭ ଟଙ୍କାରେ ଧାର୍ଯ୍ୟ କରାଯାଇଛି । ଏହି ଅନୁମୋଦନ କେବଳ ଇଥାନଲ ଯୋଗାଣକାରୀଙ୍କ ପାଇଁ ମୂଲ୍ୟ ସ୍ଥିରତା ଏବଂ ପାରିଶ୍ରମିକ ମୂଲ୍ୟ ପ୍ରଦାନ କରିବାରେ ସରକାରଙ୍କ ନିରନ୍ତର ନୀତିକୁ ସହଜ କରିବ ନାହିଁ; ବରଂ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ, ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ଏବଂ ପରିବେଶ ପାଇଁ ଲାଭ ଆଣିବାରେ ମଧ୍ୟ ସାହାଯ୍ୟ କରିବ । ସେହିପରି ଆଖୁ ଚାଷୀଙ୍କ ହିତ ଦୃଷ୍ଟିରୁ, ପୂର୍ବ ଭଳି, ଜିଏସ୍ଟି ଏବଂ ପରିବହନ ଶୁଳ୍କ ଅଲଗା ଭାବେ ଦେୟ ହେବ । ସିଏଚ୍ଏମ ଇଥାନଲର ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି ହେବା ଦ୍ୱାରା ବର୍ଦ୍ଧିତ ମିଶ୍ରଣ ଲକ୍ଷ୍ୟ ପୂରଣ ପାଇଁ ଇଥାନଲର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ ହେବ ।
ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ଯେଉଁଥିରେ ଓଏମସିଗୁଡ଼ିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିଥାନ୍ତି । ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନର ବ୍ୟବହାରକୁ ପ୍ରୋସôାହିତ କରିବା ଲାଗି ଏହି କାର୍ଯ୍ୟକ୍ରମ ସାରା ଦେଶରେ କାର୍ଯ୍ୟକାରୀ ହେଉଛି । ଏହି ହସ୍ତକ୍ଷେପର ଉଦେ୍ଦଶ୍ୟ ହେଉଛି ଇନ୍ଧନ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଏବଂ କୃଷି କ୍ଷେତ୍ରକୁ ପ୍ରୋସôାହନ ଦେବା । ସରକାର ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟକୁ ୨୦୩୦ ଠାରୁ ଇଏସୱାଇ ୨୦୨୫-୨୬କୁ ଉନ୍ନୀତ କରିଛନ୍ତି । ଭାରତରେ ଇଥାନଲ ମିଶ୍ରଣ ପାଇଁ ରୋଡମ୍ୟାପ୍ ୨୦୨୦-୨୫କୁ ସାର୍ବଜନୀନ କରାଯାଇଛି । ଏହି ଦିଗରେ ଏକ ପଦକ୍ଷେପ ସ୍ୱରୂପ, ଓଏମସିଗୁଡ଼ିକ ଚଳିତ ଇଏସୱାଇ ୨୦୨୪-୨୫ ସମୟରେ ୧୮ ପ୍ରତିଶତ ମିଶ୍ରଣ ହାସଲ କରିବାକୁ ଯୋଜନା କରିଛନ୍ତି । ଅନ୍ୟ ସାମ୍ପ୍ରତିକ ସହାୟକଗୁଡ଼ିକ ମଧ୍ୟରେ ଇଥାନଲ ବିଶୋଧନ କ୍ଷମତାକୁ ବାର୍ଷିକ ୧୭୧୩ କୋଟି ଲିଟରକୁ ବୃଦ୍ଧି କରିବା; ଇଥାନଲ ଅଭାବ ଥିବା ରାଜ୍ୟଗୁଡ଼ିକରେ ଉସôର୍ଗୀକୃତ ଇଥାନଲ ପ୍ଲାଣ୍ଟ (ଡିଇପି) ସ୍ଥାପନ ପାଇଁ ଦୀର୍ଘକାଳୀନ ଅଫ-ଟେକ୍ ଚୁକ୍ତି (ଏଲଟିଓଏ); ଏକକ ଫିଡ୍ ଡିଷ୍ଟିଲେରୀଗୁଡ଼ିକୁ ଏକାଧିକ ଫିଡରେ ରୂପାନ୍ତରିତ କରିବାକୁ ପ୍ରୋସôାହିତ କରିବା; ଇ-୧୦୦ ଏବଂ ଇ-୨୦ ଇନ୍ଧନର ଉପଲବ୍ଧତା; ଫ୍ଲେକ୍ସି ଇନ୍ଧନ ଯାନର ଶୁଭାରମ୍ଭ ଇତ୍ୟାଦି ଅନ୍ତର୍ଭୁକ୍ତ ।