ଓଡ଼ିଶାରେ ଖସିଲା ସୁନାଦର!

ଓଡ଼ିଶାରେ  ଖସିଲା ସୁନାଦର!

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ର୍ନିଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଦେଶରେ ଓ ଓଡ଼ିଶାରେ କେତେ ରହିଛି ସୁନା ଦର।

Gold Price: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୮୧,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୫,୨୬୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଶନିବାର ଅପେକ୍ଷା ରବିବାର ଦର ହ୍ରାସ ପାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ହ୍ରାସ ପାଇଛି । ରବିବାର ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ୮୧,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୫,୨୬୦ ଟଙ୍କା ରହିଛି ।

Gold Price: ରାଜଧାନୀ ଦିଲ୍ଲୀରେ ସୁନା ଦର କମିଥିବା ଦେଖିବାକୁ ମିଳିଛି । ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୮୦,୪୦୦ ଟଙ୍କା ଓ ୮୪,୪୨୦ ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୫ ହଜାର ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୫ ହଜାର ଟଙ୍କା ରହିଛି ।