୭୧ ହଜାର ଟପିଲା ସୁନା
ଭୁବନେଶ୍ୱର : ଖରା ତାତି ଭଳି ହୁ ହୁ ହୋଇ ବଢି ·ଲିଛି ସୁନା ଦର । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚôଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର ୩୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ରୁପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାର ଟଙ୍କାରେ ପହଞ୍ଚିଛି । ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୪ ହଜାର ୧୫୦ ଟଙ୍କା ଥିଲା । ଆଜି ଏଥିରେ ୧୨୦୦ ଟଙ୍କା ବୃଦ୍ଧି ଘଟିଛି । ସେହିପରି ଗତକାଲି ଏଠାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୯,୯୮୦ ଥିବା ବେଳେ ଆଜି ଏଥିରେ ୧୩୧୦ ଟଙ୍କା ବୃଦ୍ଧି ହୋଇଛି । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୬,୧୮୫ ଟଙ୍କାରୁ ବୃଦ୍ଧି ପାଇ ୬୫୫୦ ଟଙ୍କାରେ ପହଞ୍ଚôଛି । ସେହିପରି ୧୦ ଦିନ ମଧ୍ୟରେ ୨୪ କ୍ୟାରେଟ୍ ସୁନାର ଦର ୧ ଗ୍ରାମ ପ୍ରତି ୬,୭୪୬ ଟଙ୍କାରୁ ବୃଦ୍ଧି ପାଇ ୭,୧୪୪ ଟଙ୍କାରେ ପହଞ୍ଚିଛି । ସୁନା ଉତ୍ପାଦନକାରୀ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଆମେରିକା ଫେଡରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେଲା ସୁନା ଓ ରୁପା ଦର ଲଗାତାର ଭାବେ ଉପରମୁହାଁ ହୋଇ·ଲିଛି । ଏମିତିକି ଏ ଦରବୃଦ୍ଧି ଆଉ କେତେ ଦିନ ଲାଗି ରହିବ, ତାହା ଆକଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସୁନା ବ୍ୟବସାୟୀ ।