ମା' ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା
କାକଟପୁର : କାକଟପୁର ସାଡେଙ୍ଗା ପାଟପୁରଠାରେ ୪ଦିନ ବ୍ୟାପୀ ମା ଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ନିକଟସ୍ଥ ପ୍ରାଚୀ ନଦୀରୁ ନୂଆ ମନ୍ଦିର ପର୍ଯ୍ୟନ୍ତ ଏକ କଳସ ଯାତ୍ରା ହୋଇଥିଲା । ପଣ୍ଡିତଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ କରାଯିବା ସହିତ ପ୍ରଥମ ଦିନରେ ଅଙ୍କୁରାରୋପଣ ଓ ଧ୍ୟାନାଧିବାସ, ଦ୍ୱିତୀୟ ଦିନରେ ଜଳାଯାତ୍ରା ଓ ଅଗ୍ନିସ୍ଥାପନ, ତୃତୀୟ ଦିନରେ ମାଆଙ୍କୁ ୧୦୮ ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା । ଚତୁର୍ଥ ଦିନରେ ଠାକୁରାଣୀଙ୍କର ବିମାନ ଯାତ୍ରା ମହାଆଡମ୍ବର ସହିତ ଗାଁ ପରିଭ୍ରମଣ କରିଥିଲା । ସନ୍ଧ୍ୟାରେ ମାଆଙ୍କର ପ୍ରାଣ ପ୍ରତିଷ୍ଠା ଓ ପୂର୍ଣାହୁତି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଭଜନ ସନ୍ଧ୍ୟା ଓ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ଶେଷ ଦିନ ପ୍ରସାଦ ସେବନ ସହିତ ପୂର୍ଣାହୁତି ହୋଇଥିଲା । ମା’ଙ୍କ ପାଦୁକ ପାଣି ପାଇଲେ ହଇଜା ଝାଡାବାନ୍ତି ଭଲ ହୁଏ । ମାନସିକ ରଖିଲେ ପୂରଣ କରିଥାଏ ମା ବୋଲି ଆଖପାଖ ଗାଁ ଲୋକଙ୍କ ବିଶ୍ୱାସ ରହିଛି । ଚଣ୍ଡୀମାତା ୟୁଥ କ୍ଲବର ସମସ୍ତ ସଦସ୍ୟ, ବିପ୍ଳବ ମହାନ୍ତି, ମଙ୍ଗରାଜ ମହାନ୍ତିଙ୍କ ସହଯୋଗରେ ଏହି ମହାନ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଛି ।