ହୁ ହୁ ହୋଇ ବଢିଚାଲିଛି ସୁନା ଦର

ହୁ ହୁ ହୋଇ ବଢିଚାଲିଛି ସୁନା ଦର । ୯୦ ହଜାରରୁ ଅଧିକ ହୋଇସାରିଲାଣି ସୁନା ଦର । ଏକ ଲକ୍ଷ ପାର୍ ହେବାର ଆଶଙ୍କା । ବର୍ତ୍ତମାନ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୭୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୮୦,୩୫୦ ଟଙ୍କା ରହିଛି । ଭୁବନେଶ୍ବରରେ ପ୍ରମୁଖ ସୋରୁମ୍ଗୁଡ଼ିକରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୦,୨୭୦ ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୨,୭୦୦ ରହିଛି । ସୁନାର ମୂଲ୍ୟ ଚିନ୍ତା ବଢାଉଛି ।