ସନା ମକବୁଲ ଜିତିଛନ୍ତି ବିଗ୍ ବସ୍ ଓଟିଟି ୩’ର ଫାଇନାଲ ଟ୍ରଫି

ମୁମ୍ବାଇ: ଶୁକ୍ରବାର ଅନୁଷ୍ଠିତ ‘ବିଗ୍ ବସ୍ ଓଟିଟି ୩’ର ଫାଇନାଲରେ ଟ୍ରଫି ଜିତିଛନ୍ତି ସନା ମକବୁଲ । ଫାଇନାଲରେ ଟପ୍-୫ ଫାଇନାଲିଷ୍ଟ ରଣବୀର ଶୋରି, ନାଜି, ସାଇ କେଟାନ ରାଓ, ସାନା ମାକବୁଲ ଏବଂ କ୍ରୁିତିକା ମଲିକ ଥିଲେ। ତେବେ ବିଗ୍ ବସ୍ ଓଟିଟି ୩’ର ରନର୍ ଅପ ହୋଇଛନ୍ତି ରାପର୍ ନାଜି ‘ । ସନା ରାପର୍ ନାଜିଙ୍କୁ ପରାସ୍ତ କରି ସିଜନ ୩ର ଟ୍ରଫି ହାତେଇଛନ୍ତି। ଟ୍ରଫି ସହିତ ସନାଙ୍କୁ ମିଳିଛି ୨୫ ଲକ୍ଷ ଟଙ୍କା । ‘ବିଗ୍ ବସ୍ ଓଟିଟି ୩’ର ବିଜେତା ହେବା ପରେ ସନା ବେଶ୍ ଖୁସି ଦେଖାଯାଉଥିଲେ। ଏବେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି।