ପଞ୍ଚାୟତ ହାଇସ୍କୁଲରେ ସମ୍ବର୍ଦ୍ଧନା
ଦାନଗଦୀ: ପଞ୍ଚାୟତ ହାଇସ୍କୁଲ ଶାଳିଜଙ୍ଗା ପକ୍ଷରୁ ପ୍ରଧାନଶିକ୍ଷକ, ପୁରାତନ ଶିକ୍ଷକ ଓ ନୂତନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୋ ସ୍କୁଲ ସଭାପତି ବସନ୍ତ ଦାସଙ୍କ ତତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟିର ସଭାପତି ଅକ୍ଷୟ ସାହୁ ଓ ସମ୍ପାଦକ ଫକୀର ଚରଣ ଦାଶ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି କରଣ ବିଷୟରେ ଆଲୋଚନା ହୋଇଥିଲା । ନୂତନ ଶିକ୍ଷକ ମାନେ ନିଜ ନିଜର ମତ ରଖିଥିଲେ । ଉକ୍ତ ସଭାରେ ଶାଳିଜଙ୍ଗା ପଂଚାୟତର ସରପଂଚ ବିଜୟୀ ଲଷ୍ମୀ ଦାସ, ସମିତିସଭ୍ୟା ଦୌରପଦୀ ହେସା, ସିଆରିସିସି ସରିତ ପ୍ରୀତମ ମିଶ୍ର, ଗ୍ରାମବାସୀ ବଳରାମ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ବାରିକ, ଶିକ୍ଷକ ବିଜୟ ରଥ, ପ୍ରାକ୍ତନ ଛାତ୍ର ଅବିନାଶ ମିଶ୍ର, ଗୌରୀ ଶଙ୍କର ଦାଶ, ନୂତନ ଶିକ୍ଷକ ପ୍ରମୁଖ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ହାଇସ୍କୁଲ ଶାଳିଜଙ୍ଗାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ । ୮ କ୍ଲବର ବାର୍ଷିକ ପ୍ରକଳ୍ପ ପ୍ରତିଯୋଗିତା ଓ ପୁରସ୍କାର ବିତରଣୀ ହୋଇଛ