ଜଗନ୍ନାଥ ମନ୍ଦିରରେ ରୁକ୍ମଣୀ ବିବାହ ସମ୍ପନ୍ନ
ଖଣ୍ଡପଡା : ଖଣ୍ଡପଡ଼ା ସହରର ଜଗନ୍ନାଥ ମନ୍ଦିରରେ ରୁକ୍ମଣୀଙ୍କ ବିବାହ ଉସôବ ଶୁକ୍ରବାର ରାତିରେ ପାରମ୍ପରିକ ରୀତିନିତୀ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।ବରପକ୍ଷରୁ ବିଜୟ କୁମାର ମିଶ୍ର ଓ କନ୍ୟା ପକ୍ଷରୁ ଜଗନ୍ନାଥ ମନ୍ଦିରର ବରିଷ୍ଠ ପୂଜକ ପ୍ରଫୁଲ୍ଲ କୁମାର ପରୀକ୍ଷା ଦାୟୀତ୍ୱ ତୁଲାଇଥିଲେ । ଦେବ ଦମ୍ପତ୍ତିଙ୍କ ଏହି ବିବାହ ଉସôବ ନିମନ୍ତେ ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସମସ୍ତ ଭକ୍ତଙ୍କ ନିମନ୍ତେ ମନ୍ଦିର ପରିସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।