୨ଟି ଜିଏସଟି ସ୍ଲାବ୍: କେନ୍ଦୁପତ୍ର ଉପରେ ଜିଏସଟି ୫%କୁ ହ୍ରାସ
୪ଟି ଜିଏସଟି ସ୍ଲାବ ପରିବର୍ତ୍ତେ ଏଣିକି ୨ଟି ଜିଏସଟି ସ୍ଲାବ ରହିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୨ଦିନିଆ ୫୬ତମ ଜିଏସଟି ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ଜିଏସଟି ସ୍ଲାବ ଚଳିତମାସ ୨୨ତାରିଖ ନବରାତ୍ରର ପ୍ରଥମଦିନରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ । ଏହାସହିତ ବିଳାସପୂର୍ଣ୍ଣ ଦ୍ରବ୍ୟ ଓ କ୍ଷତିକାରକ ଜିନିଷ ଯଥା ତମାଖୁ, ପାନ ମସଲା ଆଦି ଉପରେ ୪୦% ନୂଆ ଟିକସ ହାର ଲାଗୁ କରାଯିବ । ଜିଏସଟି ପରିଷଦର ବିଭିନ୍ନ ନିଷ୍ପତ୍ତି ସମେତ କେନ୍ଦୁପତ୍ର ଉପରେ ଜିଏସଟି ୧୮%ରୁ ୫ ପ୍ରତିଶତକୁ ହ୍ରାସ ଏବଂ କ୍ଷୁଦ୍ର ବ୍ୟବସାୟୀ-ଷ୍ଟାର୍ଟଅପଙ୍କ ସରଳ ରେଜିଷ୍ଟ୍ରସନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି ।