ଅଚୁ୍ୟତାନନ୍ଦଙ୍କ ରଚିତ ହରିବଂଶ ପାରାୟଣ

ାା ପ୍ରଭାନୁ୍ୟଜ ।ା ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଦ୍ମବନ ପୀଠ ପରିସରରେ ମହାପୁରୁଷ ଅଚୁ୍ୟତାନନ୍ଦ ସ୍ୱରଚିତ ପବିତ୍ର ହରିବଂଶ ପାରାୟଣ ପ୍ରତିବର୍ଷ ପରି ଚଳିତ ବର୍ଷର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ପାରାୟଣ ନଅ ଦିନ ଧରି ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥ, ବୈଷ୍ଣବ, ଭକ୍ତ ମଣ୍ଡଳୀ ଯୋଗ ଦେଇ ହରବଂଶ ପାରାୟଣ କାର୍ଯ୍ୟକ୍ରମରେ ସାମିଲ ହୋଇ ହରିବଂଶ ପାଠ କରିବେ । ଏହି କାର୍ଯ୍ୟକ୍ରମକୁ ମହନ୍ତ ଅନନ୍ତରାମ ଦାସ, ଅଭୟାନନ୍ଦ ଗିରି, ଶତ୍ରୁଘ୍ନ ଦାସ, ନିରାକାର ପୁରୀ, ପଦ୍ମନାଭ ପୂଝାରୀ, ରେବତୀ ରମଣ ଦାସ, ଶୁକବାବା, ଶରତ ଚନ୍ଦ୍ର ମଲ୍ଲିକ, ଅଜୟ କୁମାର ପୃଷ୍ଟି, ସାନ୍ତନୁ ପୂଝାରୀ, ବିଜୟ କୁମାର ଦାସ, ପ୍ରସନ୍ନ କୁମାର ସାହୁ, ବିଭୂତି ପୂଜାରୀ, ଶଶୀକାନ୍ତ ପୂଝାରୀଙ୍କ ସମେତ ମହାପୁରୁଷ ଶ୍ରୀ ଶ୍ରୀ ଅଚୁ୍ୟତାନନ୍ଦ ଓ ଗୋପୀନାଥ ଜୀଉ ଆଶ୍ରମ ଟ୍ରଷ୍ଟ ସମେତ ବହୁ ସାଧୁସନ୍ଥ ଭକ୍ତ ପରିଚାଳନାରେ ସହଯୋଗ କରୁଥିବା ଜଣାଯାଇଛି ।