‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ'କୁ ‘ଦାଦା ସାହେବ ଫାଲକେ’
ବ୍ୟାସନଗର : ଗୁରୁବାର ଦିଲ୍ଲୀରେ ଓଡିଆ ଫିଲ୍ମ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’କୁ ସମ୍ନାନଜନକ ‘ଦାଦା ସାହେବ ଫାଲକେ ପୁରସ୍କାର୍ର’ ମିଳିଛି । ଫିଚର କାଟାଗୋରୀରେ ବିଭିନ୍ନ ଦେଶରୁ ଆସିଥିବା ପ୍ରାୟ ୨୫୦ଟି ଫିଲ୍ମ ମଧ୍ୟରୁ ଏହି ଫିଲ୍ମଟିକୁ ଶ୍ରେଷ୍ଠ ଡକୁମେଣ୍ଟାରୀ ଫିଲ୍ମ ଭାବେ ମନୋନୀତ କରାଯାଇଥିଲା । ଅଭିସ୍ମିତା ଫିଲ୍ମ ବ୍ୟାନରରେ ନିର୍ମିତ ଫିଲ୍ମଟିକୁ ବରିଷ୍ଠ ସାମ୍ବାଦିକ ଡ.ଅଭୟ ପତି ପ୍ରଯୋଜନା କରିଥିବାବେଳେ, ଅଭିସ୍ମିତା ଫିଲ୍ମର ଆଡଭୋକେଟ ଅସ୍ମିତା ପତି ସହ ପ୍ରଯୋଜିକା ଏବଂ ମୁମ୍ବାଇର ଖ୍ୟାତିସମ୍ପର୍ଣ ଡାଇରେକ୍ଟର ପ୍ରଣବ ଆଇଚ ଏହାକୁ ନିର୍ଦେଶନା ଦେଇଥିଲେ । ଦିଲ୍ଲୀଠାରେ ଆୟୋଜିତ ୧୫ ତମ ଦାଦା ସାହେବ ଫାଲକେ ଆୱାର୍ଡ ଉତ୍ସବରେ ବିଭିନ୍ନ କାଟାଗୋରୀରେ ପ୍ରାୟ ୨୮ଟି ଫିଲ୍ମକୁ ସମ୍ନାନୀତ କରାଯାଇଥିଲା ।
‘ନନ୍ଦ ମାଷ୍ଟର’ ଫିଲ୍ମଟି ଜଣେ ୧୦୪ ବର୍ଷ ବୟସ୍କ ଶିକ୍ଷକଙ୍କ ଉପରେ ପର୍ଯ୍ୟବେଶିତ ହୋଇଛି । ଯିଏକି ୭୦ ବର୍ଷରୁ ଉର୍ଦ୍ଧ ଧରି ଚାଟଶାଳୀରେ ନିରବଚ୍ଛିନ୍ନ ଭାବରେ ମାଗଣାରେ ଶିକ୍ଷାଦାନ କରିଥିଲେ । ସେଥିପାଇଁ ତାଙ୍କୁ ‘ପଦ୍ମଶ୍ରୀ ପୁରସ୍କାର’ରେ ସମ୍ନାନୀତ କରାଯାଇଥିଲା । ଏହି ଫିଲ୍ମଟି ନିର୍ମାଣ ସମୟରେ ନନ୍ଦ ସାରଙ୍କ ପରିବାର, ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମବାସୀ ଏବଂ ସର୍ବୋପରି ତାଙ୍କର ନାତି ଖଗେଶ୍ୱର, ବବଲୁ ସହଯୋଗ ପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ସୂଚନାଥାଉ କି ଯେ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ଫିଲ୍ମଟି ନିକଟ ଅତୀତରେ ‘କାନ୍ସ ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ’, ଦିଲ୍ଲୀଠାରେ ‘ହାବିଟାଟ୍ ଫିଲ୍ମ ଫେଷ୍ଟିଭାଲ୍’ ଏବଂ ‘କଲିକତା ଇଣ୍ଟରନେସନାଲ୍’ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଅଫିସିଆଲ ସିଲେକ୍ସନ ହୋଇଥିଲା । ଫିଲ୍ମଟିକୁ ଏହି ସମ୍ମାନଜନକ ପୁରସ୍କାର ମିଳିବାପରେ ଓଡିଶା ସମେତ, ଅନେକ ଦେଶର ପ୍ରଯୋଜକ ଏବଂ ନିର୍ଦେଶକ, ଅଭୟ ଏବଂ ପ୍ରଣବଙ୍କୁ ଶୁଭେଛଛା ଜଣାଇଛନ୍ତି । ଆୱାର୍ଡ ଆଗାମୀ ଦିନରେ ତାଙ୍କୁ ଅଧିକରୁ ଅଧିକ ଏହିପରି ସାମାଜକୁ ଶିକ୍ଷଣୀୟ ଦେଲା ଭଳି ଫିଚର କରିବାକୁ ସାହାସ ଜୁଟାଇବାରେ ସହାୟକ ହେବ ବୋଲି ପ୍ରଯୋଜକ ଅଭୟ ପତି କହିଛନ୍ତି ।