ଗଛ ଉପୁଡ଼ି ରାସ୍ତା ଅବରୋଧ
ବ୍ରହ୍ମବରଦା : ଲଗାଣ ବର୍ଷା ଯୋଗୁ ବ୍ରହ୍ମବରଦା ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବହୁ ପୁରାତନ ଓସ୍ତ ଗଛ ଉପୁଡି ପଡିଛି । ଫଳରେ ପ୍ରଥମାଖଣ୍ଡି-ବନ୍ଧଢିଅ ମୁଖ୍ୟ ରାସ୍ତାର ବ୍ରହ୍ମବରଦା ମାଛ ମାର୍କେଟରୁ ତାରିଣୀ ଛକକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ସମୟ ଧରି ଅବରୋଧ ହୋଇପଡ଼ିଥିଲା । ଫଳରେ ଚଳାଚଳ ଠପ ହୋଇଯାଇଥିଲା । ଏଥି ସହିତ ଉକ୍ତ ଗଛଟି ଉପୁଡ଼ି ନିକଟରେ ଯାଇଥିବା ୧୧ କେଭି ବିଦୁ୍ୟତ୍ ତାର ଉପରେ ପଡିଯିବାରୁ ତାର ଛିଡି ବ୍ରହ୍ମବରଦାର କିଛି ଅଞ୍ଚଳରେ ବିଦୁ୍ୟତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା । ରାସ୍ତା ଉପରୁ ଅବରୋଧ ହଟାଇବାକୁ ବରୁଆଁ ଅଗ୍ନିଶମ ବିଭାଗର ଓଆଇସି ରବିନ୍ଦ୍ର କେତନ ସାହୁ ଓ ତାଙ୍କ ସହଯୋଗୀ ମାନେ ପହଁଚି ଗଛକୁ କାଟି ରାସ୍ତାରୁ ହଟାଇଥିଲେ । ବିଦୁ୍ୟତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ସୟଦ ଇବ୍ରାର ଅଲ୍ଲୀ ଓ କର୍ମଚାରୀ ସମେତ ବ୍ରହ୍ମବରଦା ଥାନାର କନେଷ୍ଟବଳ ବଳରାମ ସାହୁ ଉପସ୍ଥିତ ରହି ରାସ୍ତା ଅବରୋଧ ହଟାଇଥିଲେ ।