ଗୋ-ସମ୍ପଦ ଚୋରି
ଯାଜପୁର : ପୂର୍ବରୁ ଗାଁ ଗହଳୀରୁ ଗାଇ ବେପାରୀ ଖୁବୁ କମ ଦରରେ ଗାଇ କିଣି ହାଟକୁ ନେଇ ବିକ୍ରି କରିଥାନ୍ତି । ଏବେବି ଗୋରୁ ହାଟରେ ଗୋ-ସଂପଦ ବିକ୍ରି ହେଉଛି । କିନ୍ତୁ ପୂର୍ବାପେକ୍ଷା ଏବେ ବହୁଳ ଭାବେ ଗୋ ସଂପଦ ବିକ୍ରି ହେଉଛି । ଏହାପଛର କାରଣ କାହାକୁ ଅଛପା ନୁହେଁ । ଚାଷକାର୍ଯ୍ୟରେ ଯନ୍ତ୍ରାଂଶର ବହୁଳ ବ୍ୟବହାର ପରେ ଗୋ-ସଂପଦର ଆବଶ୍ୟକତା କମିଯାଇଛି । ଏଣୁ ଗାଁ ଗହଳିରେ ଆଉ ପୂର୍ବ ପରି ସମସ୍ତଙ୍କ ଗୁହାଳ ଘର ନାହିଁ କି ଗାଇଗୋରୁ ବନ୍ଧା ହେଉନାହାନ୍ତି । କିନ୍ତୁ ଯେତିକି ବି ଅଛି, ଗୁହାଳରୁ ଗୋ-ସଂପଦ ଚୋରି ହେଇ ଯାଉଛି । କେବଳ ଗୁହାଳ ନୁହେଁ ଚରିବାକୁ ଯାଉଥିବା ଗୋ-ସଂପଦ ଚୋରି ହେବାରେ ଲାଗିଛି । ଗୋ-ମାଫିଆ ତଥା କଥିତ ଗୋ-ରକ୍ଷକଙ୍କ ସହଭାଗିତାରେ ଗୋ-ସଂପଦ ଚୋରି ହେଉଥିବାର ଅଭିଯୋଗ ହେଉଛି । ଗୋରୁ ମାଫିଆ ମାନେ ଗାଁରୁ ଏବଂ ପଡିଆ ଚରୁଥିବା ଗାଇକୁ ଜବରଦସ୍ତ ଚୋରି କରି ବଡବଡ ଟ୍ରକ ଯୋଗେ ବାହାର ରାଜ୍ୟକୁ ଚୋରି କରୁଥିବା ବେଳେ ଖୋଦ ଓଡିଶା ଭିତରେ ବିଭିନ୍ନ ସ୍ଥାନରେ ଗୋରୁକୁ ହାଣି ତାର ମାଂସ ଚାଲାଣ କରିଆସୁଛନ୍ତି । ପୁଲିସ ଏଥିରେ ପୁରାପୁରି ସହଭାଗୀତା ଥିବାରୁ ବାଧ୍ୟ ହୋଇ ଜନସାଧରଣ କେତକ ଗୋରୁ ଗାଡିକୁ ଧରି ପୁଲିସକୁ ଜିମା ଦେଇଥାନ୍ତି । ପରେ ବିଭିନ୍ନ ଜାଲିଆତି ପେପର ଧରି ଗୋରୁ ଗାଡିକକୁ ପୁଣି ଛାଡିଦେଇଥାନ୍ତି ।
ଏବେ ନେଉଳପୁର ଏବଂ ହରିଦାସପୁର ସମେତ ବିଭିନ୍ନ ସ୍ଥାନରୁ ଗାଇ ଗୁହାଳରୁ ତ ଚରୁଥିବା ସ୍ଥାନରୁ ଗାଇ ଗୁଡିକ ଦଲାଲ ଗୋ ମାଫିଆ ଚୋରି କରି ଚାଲାଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ବିଳମ୍ବିତ ରାତିରେ ସିଟ ଖୋଲା ବୋଲେରୋରେ ବଜାରଘାଟରେ ଶୋଇଥିବା ଗୋ-ସଂପଦ ଠାରୁ ଆରମ୍ଭ କରି ବୃଷବ ମଧ୍ୟ ଚୋରି କରି ନେଉଛନ୍ତି । ଯାହାର ସିସିଟିଭି ଫୁଟେଜ ଘୁରିବୁଲୁଥିଲେ ହେଁ ପୁଲିସ ପ୍ରଶାସନ ମାଫିଆଙ୍କୁ ଚିହ୍ନଟ କି ଗିରଫକରିବାକୁ ମନବଳାଉ ନଥିବାରୁ ଚୋରି ବଢିବାରେ ଲାଗିଛି । ଡୁବୁରୀ ପାଖରେ ଗାଇ ଗାଡି ଧରା ହୋଇଥିଲେ ମଧ୍ୟ ଗାଇ ଗୁଡିକକୁ କେଉଁଠି ରଖାଯାଇଛି କିମ୍ବା ଗାଇ ମାଲିକଙ୍କୁ ଏବଂ ଚୋରି ହୋଇଥିବା ଅଞ୍ଚଳରର ଲୋକମାନଙ୍କ ଖବର ଦିଆଯାଉନାହିଁ । ଫଳରେ ଏବେ ଲୋକମାନେ ଗାଁ ଗହାଳୀ ଯେଉଁ ଗରିବ ଲୋକମାନେ ଗୋପାଳନ କରି ବିଭିନ୍ନ ନିଜର ପରିବାର ପ୍ରତିପୋଷଣ କରୁଥିଲେ ସେଥିରେ ବାଧା ଉପୁଜିଛି । ଅନ୍ୟ ପଟରେ ଗାଇ ଠାରୁ ମିଳୁଥିବା ଖିରରେ ପ୍ରସ୍ତୁତ ଦବ୍ୟ ହିନ୍ଦୁଦେବଦେବୀ ଏବଂ ବିଭିନ୍ନ ପୂଜା ପର୍ବାଣୀରେ ଗ୍ରାମଣ୍ଟଳରେ ମିଳିବା ସମ୍ଭାବନା ମଧ୍ୟ କମ୍ ହେବାରେ ଲାଗିଛି । ତୁରନ୍ତ ଗୋମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଏବଂ ସଦୃଢ଼ ଆଇନ ଆଣିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ନଚେତ ହିନ୍ଦୁଧର୍ମରେ ପୂଜାଅର୍ଚ୍ଚନାରେ ବିରାଟ ଅନ୍ତରାୟ ସୃଷ୍ଟି ହେବ ଏଥିରେ ସନେ୍ଦହ ନାହିଁ ।