ଭୁବନେଶ୍ଵରରେ ତାପମାତ୍ରା ୪୩.୬ ଛୁଇଁଲା

ପ୍ରଚଣ୍ଡ ତାତିରେ ଭୁବନେଶ୍ଵର ତାତିଲା । ଦିନ ସାଢେ଼ ୨ଟାରେ ଭୁବନେଶ୍ଵରରେ ତାପମାତ୍ରା ୪୩.୬ ଛୁଇଁଥିଲା । ଡ଼ହଡହ ଖରାରେ ଜଳୁଛି  ରାଜଧାନୀ। ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାଛଡା କେନ୍ଦୁଝରରେ ତାପମାତ୍ରା ୪୦.୯ ଡିଗ୍ରୀ , ରାଉରକେଲାରେ  ୪୦.୨ ଡିଗ୍ରୀ,  ଝାରସୁଗୁଡାରେ ୪୨.୬ ଓ ସମ୍ବଲପୁରରେ ୪୧.୭ , ହୀରାକୁଦ ୪୧.୪ ,  ବାଲେଶ୍ଵର ୪୨.୪  , ଚାନ୍ଦବାଲି ୪୧.୪ ଡିଗ୍ରୀ ତାପମାତ୍ରା ରହିଥିଲା ।